jayashree

ଟଙ୍କଧର ସାହୁ ରାଜ୍ୟ କଂଗ୍ରେସ ଓବିସି ସେଲ୍‌ର ଉପାଧ୍ୟକ୍ଷ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଓବିସି ସେଲ୍‌ର ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ପୁତୁରା । ଏହି ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀ ସାହୁ ଖୁସିବ୍ୟକ୍ତ କରିବା ସହ ପଛୁଆ ବର୍ଗର ଲୋକଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏଥିପାଇଁ ସେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଟଙ୍କଧରଙ୍କ ଏହି ନିଯୁକ୍ତି ପାଇଁ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶୁଭେନ୍ଦୁ କୁମାର ସାହୁ ଏବଂ ପାଇକମାଲ ବ୍ଲକ୍ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.