jayashree

ବାରହାତ ଖଡ୍ଗ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୧ ତାରିଖ ଦିନ ଦିବା ୧୧ଘଟିକା ସମୟରେ ବାରହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନରୁ ବାହାରି ସହର ପରିକ୍ରମା କରିବ ବୋଲି ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ସାଧାରଣ ସମ୍ପାଦକ ଶଶଧର ପାତ୍ର ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଖଡ୍ଗ ଭବନ ଠାରେ ଦିବା ୧୦ ଟା ସୁଦ୍ଧା ସମସ୍ତ ନୀତିନିୟମ ସମ୍ପନ୍ନ କରାଯିବ । ଠିକ୍ ୧୧ ଟା ବେଳେ ମହାସଭାର ସଭାପତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଖଡ୍ଗ ଭବନରୁ ବାହାରି ସେକ୍ଟର ୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେକ୍ଟର ୧ ଦୁର୍ଗା କ୍ୟାଣ୍ଟିନ ଛକ, ସେକ୍ଟର ୧ ଦୁର୍ଗା ପୂଜା ମଣ୍ଡପ ହୋଇ ରାଉରକେଲା କ୍ଲବ, ସେକ୍ଟର ୬ ଇସ୍ପାତ ଷ୍ଟାଡିୟମ, ସେକ୍ଟର ୫ ସୁରୁଚି ବଜାର ହୋଇ ମହାସଭାର ଖଡ୍ଗ ଭବନକୁ ଫେରିବ। ଏହାପରେ ଖଡ୍ଗ ଭବନ ଠାରେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି । ଏହି ଶୋଭାଯାତ୍ରାରେ ପ୍ରମୁଖ ଭାବେ ଉପଦେଷ୍ଟା ହରିହର ରାଉତରାୟ, ରାଉରକେଲା ବିଧାୟକ ତଥା ପ୍ରାକ୍ତନ ସଭାପତି ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ, ପ୍ରଭାତ ମହାପାତ୍ର, ଡାକ୍ତର ୟୁ ସି ଜେନା, ଡାକ୍ତର ଗୋପବନ୍ଧୁ ବଳ, ନିହାର ରାୟ ପ୍ରମୁଖଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ରାଣୀ ଶୁକଦେଇ ମହିଳା ସଂଗଠନର ସମସ୍ତ ମହିଳା ଏକ ଡିଜାଇନ୍‌ର ଶାଢ଼ୀ ପିନ୍ଧି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ । ଏହି ଶୋଭାଯାତ୍ରାରେ ସହରର ସମସ୍ତ ଖଣ୍ଡାୟତ କ୍ଷତ୍ରିୟ ଭାଇଭଉଣୀ ମାନେ ଯୋଗଦେବା ପାଇଁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି । ସେହିପରି ରାଉରକେଲା କମିଟି ତରଫରୁ ଖଡ୍ଗ ଓ ପାଇକ ଶୋଭାଯାତ୍ରା ଦିନ ଦେଢଟାରୁ ବିଶ୍ରା ଛକରୁ ଆରମ୍ଭ ହୋଇ ରାଉରକେଲା ମାର୍କେଟର ମୁଖ୍ୟମାର୍ଗ ଦେଇ ଉଦିତ ନଗର ଛକ ହୋଇ ଆଇଟିଆଇ ଛକ ବା ରଘୁନାଥପାଲୀ ଥାନା ନିକଟସ୍ଥ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ରାଉରକେଲା ଶାଖା ନିକଟରେ ପହଞ୍ଚିବା ଶାଖାର ସଭାପତି ଋଷିନାଥ ବିଶ୍ୱାଳ, ସାଧାରଣ ସମ୍ପାଦକ ରଞ୍ଜିତ ବିଶ୍ୱାଳ, ଉତ୍କଳ କୁମାର ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସଭାପତି ପ୍ରସନ୍ନ ପାଟ୍ଟଶାଣୀ, ପୃଥ୍ୱୀ କ୍ଷତ୍ରିୟ ମହାସଂଘର ସଭାପତି ପ୍ରଫେସର ଡ. କିଶୋର ଦେବୀଦତ୍ତ ପୃଥ୍ୱୀରାଜ ପ୍ରତାପ ସିଂହ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ନିହାର ରାୟଙ୍କ ସମେତ ମହାସଭାର ବହୁ କର୍ମକର୍ତ୍ତା ସାମିଲ ହେବେ । ସେହିପରି ଖୋର୍ଦ୍ଧା ତଥା ବିଭିନ୍ନ ସ୍ଥାନରୁ ଆସିଥିବା ପାଇକ ଆଖଡ଼ା ଦଳର ସଦସ୍ୟମାନେ ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ସଭାପତି ଓ ସମ୍ପାଦକ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.