jsm

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଶଙ୍କରୀ ଗ୍ରାମଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର କମିଟି ସଭାପତି ଲୋଚନ ପାଣ୍ଡେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କିମିଟି ସଂପାଦକ କିଶୋର ପ୍ରଧାନ ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରସ୍ତାବଗୁଡିକ ଉପରେ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଆଗାମୀ ମାର୍ଚ୍ଚ ମାସ ୯ ତାରିଖ ଦିନ ଧାର୍ଯ୍ୟ ଓ ୫ ଦିନ ବ୍ୟାପୀ କରିବା ପାଇଁ ପ୍ରସ୍ତାବ ନେବା ସଙ୍ଗେ ସଙ୍ଗେ ବିଭିନ୍ନ ଆନୁସଙ୍ଗିକ ବିଷୟରେ ଆଲୋଚନା ହୋଇ ଗ୍ରାମବାସୀମାନେ ମତାମତ ରଖିଥିଲେ । ଗ୍ରାମରୁ ଅନ୍ୟଠାରେ ଚାକିରି ବା ଅବସ୍ଥାନ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଆଜି ଆମନ୍ତ୍ରିତ କରାଯାଇ ତାଙ୍କଠାରୁ ମଧ୍ୟ ମତାମତ ଗ୍ରହଣ କରାଯାଇଥିଲା । ଏଥିରେ ଅଜିତ ମାହାକୁର, ହରି ପାଣ୍ତେ, କୈଳାସ ସାହୁ, ଡୋଲାମଣି ସାହୁ, ମନୋଜ ପାଣ୍ତେ, ଜୀବର୍ଦ୍ଧନ ପାଣ୍ତେ, ଚକ୍ରଧର ପାଣ୍ତେ, ଖିତେଶ୍ୱର ପାଣ୍ତେ, ମହାଦେବ ବେହେରା, ବୀରେନ୍ଦ୍ର ସାହୁ, ମୋହନ ସେଠ, ଶୁକଦେବ ବେହେରା, ଅକ୍ଷୟ ପାଣ୍ତେ, ଦିଶ୍ୱାମ୍ବର ସାହୁ, ଗଣେଷ ପଟେଲ, ମଦନ ଦେବତା, ତିଳେ ପାଣ୍ତେ, ନନ୍ଦକିଶୋର ନାଏକ, ଭୁବନେଶ୍ୱର ବନଛୋର, ନରେନ୍ଦ୍ର ପଟେଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.