jayashree

ହମିରପୁର ଉନ୍ନୟନ ପରିଷଦର ଶାରଦୀୟ ଅଭିନନ୍ଦନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦର ଶାରଦୀୟ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହମିରପୁର ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଶାରଦୀୟ ପାର୍ବଣ ପାଇଁ ମା’ ଦୁର୍ଗାଙ୍କ ନିକଟରେ ସମସ୍ତ ପରିବାରର ସୁଖ ସମୃଦ୍ଧି କାମନା କରାଯାଇ ସମସ୍ତଙ୍କ ମଧ୍ୟରେ ଭାଇଚାରା, ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ମତ ପ୍ରକାଶ ପାଇଥିଲା । ଏହା ସହ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅଞ୍ଚଳର ବିକାଶ ଓ ମୌଳିକ ସୁବିଧା ପାଇଁ ଏକ ପ୍ରତିନିଧି ଦଳ ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଅବଗତ କରାଇ ସମସ୍ୟା ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ସମ୍ପାଦକ ନିରଞ୍ଜନ ଦାସ, ଡ. ପ୍ରଭାତ ମଲ୍ଲିକ, ଡା. କେ କେ ଷଡ଼ଙ୍ଗୀ, କୁଞ୍ଜବିହାରୀ ରାଉତ, ମନୋରଞ୍ଜନ ନାୟକ, ଆର କେ ଜୟସ୍ୱାଲ, ଗଙ୍ଗାଧର ଦାଶ, ଏସ୍‌ ରାଜୁ, ବି ଶ୍ରୀବାସ୍ତବ, ସରୋଜ ନାୟକ, ଡୋମେନିକ ଲାକ୍ରା, ଅଭିମନ୍ୟୁ ରାଉତ, କରୁଣାକର ବିଶ୍ୱାଳ, ଅନିଲ କୁମାର ବାଲଚାନ୍ଦନୀ, ମହେଶ୍ୱର ପଣ୍ଡା, ବିଷ୍ଣୁ ଚରଣ ନାୟକ, ମହେନ୍ଦ୍ର ପଣ୍ଡିତ, ସନ୍ତୋଷ ରାୟଗୁରୁ, କରନ କୁମାର, ରମାକାନ୍ତ ଉଦଗାଥା, ପ୍ରଫୁଲ୍ଲ ପାତ୍ର, ସୁବାସ ବିଶ୍ୱାଳ, ଭାଗିରଥି ମଲ୍ଲିକ, ପ୍ରଫୁଲ୍ଲ ସ୍ୱାଇଁ, ଏଲ ଡି ଭଳ, ନଗେନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ରଖିଥିଲେ । ପ୍ରାରମ୍ଭରେ ସଭାପତି ଡ. ଦତ୍ତ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ଅନୁଷ୍ଠାନର ମୁଖପାତ୍ର କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.