pakka

ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମୁଖରେ ଜେନାପୁର ପଂଚାୟତରେ ୩ ଦଫା ଦାବି ନେଇ ଗଣଧାରଣା : ଏବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ, ଏବିଡ଼ିଓଙ୍କ ପ୍ରସ୍ତୁତି ପରେ ଧାରଣା ପ୍ରତ୍ୟାକୃତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଲେ ଡେଲାଙ୍ଗ ବ୍ଲକ୍‌ ନିକଟସ୍ଥ ଜେନାପୁର ଗ୍ରାମପଂଚାୟତର ସାଦପଡ଼ା ଅନୁସୂଚିତ ସାହିର ବାସିନ୍ଦାମାନେ ସାହିରେ ମା’ ମଙ୍ଗଳା କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ୧୫୦୦୦୦୦ ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ କାଗଜ କଲମରେ ସୀମିତ ରହିଛି । ଗମନା ଗମନ ପାଇଁ ରାସ୍ତା ଟିଏ ନାହିଁ ଏବଂ ଖେଳାଉର ଗ୍ରାମପଂଚାୟତର ଅନୁସୂଚିତ ଜାତି ସାହିରେ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ଲାଟିନ୍‌ ଘର, ଟ୍ୟାଙ୍କରରେ ପାନୀୟ ଜଳ, ଫନି ମହାବାତ୍ୟା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ସ୍ଥାନୀୟ ପ୍ରଶାସକ ଅଧିକାରୀଙ୍କ ଅପାରଗତା ୩ ଦଫା ଦାବି ନେଇ ବ୍ଲକ୍‌ ସମୁଖରେ ଗଣଧାରଣା ଦେବା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରତିବାଦ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନେଇଥିଲେ ଭାରତୀୟ ଆଜାଦ ମଞ୍ଚର ସଚିବ ରାଜକିଶୋର ବେହେରା, ପୁରୀ ଜିଲ୍ଲା ସମ୍ପାଦକ ବିପିନ ବେହେରା, ବ୍ଲକ୍‌ ସଭାପତି ମନୋଜ ସୁବୁଦ୍ଧି, ସଭାନେତ୍ରୀ ସୁଷମା ବେହେରା, ମିନତୀ ବେହେରା ପ୍ରମୁଖ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଏବିଡ଼ିଓ ପ୍ରଦୀପ୍ତ ନାୟକଙ୍କ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

jay balangir
Leave A Reply

Your email address will not be published.

18 + fourteen =

error: Content is protected !!