
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ୫ଟି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କର ନେତୃତ୍ୱ ଓ ଡିଜିଟାଲ କୌଶଳର ବିକାଶ ନିମିତ୍ତ ଏକ ପ୍ରଶିକ୍ଷଣ ଶିବିର ଯାହାକି ୫ଟି ସ୍କୁଲ ଗୁଡ଼ିକର ପରିଚାଳନା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ରାଧାକାନ୍ତ ଛାତ୍ରୀ, ଛାତ୍ରପତି ସାହୁ, ଜ୍ୟୋତିକାନ୍ତ ସାହୁ, ସହାୟକ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କର ନେତୃତ୍ୱରେ ବରଗଡ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡରେ ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରରେ ବରଗଡ, ଭେଡେନ, ସୋହେଲା, ଆମ୍ବଭନା, ଅତାବିର ଓ ଭଟଲି ବ୍ଲକର ୧୧୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ସାଧନ କର୍ମୀ ହିସାବରେ ରାଧାକାନ୍ତ ଛାତ୍ରୀ, ସହାୟକ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀମତୀ ସେବାଶ୍ରୀ ଭୋଇ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ, ଚୁଡାମଣି ବାରିକ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପାଇକମାଲ, ମଚିନ୍ଦ୍ର ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭେଡେନ, ପ୍ରଦୀପ କୁମାର ସାହୁ, ପି କେ ଭୋଇ, ସୀତାନାଥ ସାହୁ, ସରୋଜ କୁମାର ସାହୁ ଯୋଗଦେଇ ଶିକ୍ଷକ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ୫ ଦିନ ଧରି ଶିକ୍ଷକମାନେ ଏହି ଶିବିରରେ ଅନେକ ନୂତନ କଥା ଶିଖିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଶ୍ରୀମତୀ ଅମୃତା ସାହୁ, ପ୍ରଧାନ ଶିକ୍ଷକ, ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡ ଓ ଶ୍ରୀମତୀ ରେଣୁ ଦାସ ଶର୍ମା, ପ୍ରଧାନ ଶିକ୍ଷୟତ୍ରୀ, ବରଗଡ ବାଳିକା ଉଚ୍ଚ ବିଦ୍ୟାଳୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

