pakka

ବୁଦେଲପାଲିରେ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗାଁରେ ଆଜି ବୀର ସୁଭାଷ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରକୁ ବରଗଡ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼. ସତ୍ୟଜିତ ସାହୁ, ଡ. ମନୋରଞ୍ଜନ ହୋତା, ସରପଞ୍ଚ ପ୍ରତିନିଧି ବିପିନ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ସୋମନାଥ ସାହୁ, କ୍ଲବ ସଭାପତି ଓକିଲ ପ୍ରଧାନ, ସମାଜ ସେବୀ ପ୍ରଦୀପ୍ତ କର ଉପସ୍ଥିତ ଥିଲେ । ଏହି ଶିବିରରେ ୪ ଜଣ ମହିଳା ଓ ୨ ଜଣ ନୂଆ ରକ୍ତଦାତାଙ୍କୁ ମିଶାଇ ମୋଟ୍ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୁର୍ଲା ଡ଼ାକ୍ତରଖାନାର ଟେକ୍‌ନିସିଆନ ହେମନ୍ତ ପଟେଲ ପରିଚାଳନା କରିଥିଲେ । ପ୍ରଦୀପ ମହାର, ସୁବ୍ରତ ସାହୁ, ସୁଭାଷ ପଧାନ, ଶରତ ସାହୁ, ଦଶରଥ ମହାର, ରତ୍ନାକର ଭୁଏ ଦାମୋଦର ବିଶ୍ୱାଳ, ମିତ୍ରଭାନୁ ବିଶ୍ୱାଳ, ଯୁଧିଷ୍ଠିର ପଧାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

13 − 13 =

error: Content is protected !!