csstore

ବାଲୁଘାଟ ଏମ୍‌ଆର୍‌ଏଫ୍‌ସିରେ ପ୍ଲାଷ୍ଟିକ୍ ବର୍ଜ୍ୟ : ଏସ୍‌ଓପି ଉପରେ ପ୍ରଶିକ୍ଷଣ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟ ସ୍ଥିତ ମ୍ୟାଟେରିଆଲ୍ ରିକଭରୀ ଫେସିଲିଟି ସେଣ୍ଟରରେ “ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଆର୍‌ଏମ୍‌ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗ ଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏସ୍‌ପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ. ଅନୁପ ମଲ୍ଲିକ କହିଛନ୍ତି ଯେ, “ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ଓ ସଂଶୋଧନ ୨୦୨୫ ଅନୁଯାୟୀ ପ୍ରତି ବର୍ଜ୍ୟ ପ୍ରକ୍ରିୟାକରଣକୁ ଆସୁଥିବା ପ୍ଲାଷ୍ଟିକର ବୈଜ୍ଞାନିକ ମୂଲ୍ୟାଙ୍କନ ଓ ପୃଥକୀକରଣ ବାଧ୍ୟତାମୂଳକ । ଏହି ଏସ୍‌ଓପି ଦ୍ୱାରା ସହରର ପ୍ଲାଷ୍ଟିକ୍ ବର୍ଜ୍ୟର ପ୍ରକାର, ପରିମାଣ ଓ ଉତ୍ସ ବିଷୟରେ ସଠିକ୍ ଡାଟା ମିଳିବ ।” ପ୍ରଶିକ୍ଷଣର ମୁଖ୍ୟ ଦିଗ ହେଲା କ୍ୱାର୍ଟରିଂ ପଦ୍ଧତିରେ ୧୨୦ କେଜି ନମୁନା ନେବା ଓ ତାହାକୁ ପୃଥକୀକରଣ କରିବା ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ଅଲଗା କରିବା । ପ୍ରତି ଶ୍ରେଣୀର ଓଜନ ପ୍ରତିଶତ ବାହାର କରି ଡାଟାସିଟ୍‌ରେ ଲିପିବଦ୍ଧ କରିବା । ଯାହାଦ୍ୱାରା କେନ୍ଦ୍ରର କର୍ମଚାରୀମାନେ ବ୍ୟବହାରିକ ଅଭ୍ୟାସ ଜାରି ରଖିପାରିବେ । “ଏହି ଡାଟା ମାସିକ ରିପୋର୍ଟ ଆକାରରେଏସ୍‌ପିସିବି ଏବଂ ଇପିଆର ପୋର୍ଟାଲକୁ ଯାଇପାରିବ । ଏହା ଦ୍ୱାରା ରାଉରକେଲାରେ ପ୍ଲାଷ୍ଟିକ୍‌ରିସାଇକ୍ଲିଂ ଓ କୋ-ପ୍ରୋସେସିଂ ପାଇଁ ଠିକ୍ ଯୋଜନା ହୋଇପାରିବ । ଏସ୍‌ପିସିବିର ଉପ ପରିବେଶ ଯନ୍ତ୍ରୀ ଇଂ ବିଜୟ କୁମାର ଭୋଇ ଏହି ତାଲିମ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ଉପ ପରିବେଶ ଯନ୍ତ୍ରୀ ଇଂ ଚନ୍ଦ୍ରଶେଖର ଚୌହ୍ୱାନ ଓ ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି ଉପସ୍ଥିତ ରହି ପ୍ରକ୍ରିୟାକରଣ ଓ ଡାଟା ନିର୍ଧାରଣ କରିଥିଲେ । ଶିବିରରେ ୨୫ ଜଣ ସ୍ୱଚ୍ଛତା କର୍ମୀ, ସୁପରଭାଇଜର ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଅଂଶଗ୍ରହଣ କରିଥିଲେ । ସୁରକ୍ଷା ପାଇଁ ସମସ୍ତ ପ୍ରତିଭାଗୀ ନିୟମିତ ଗ୍ଲୋଭସ୍, ମାସ୍କ ଓ ଆପ୍ରୋନ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ଆଗାମୀ ମାସରୁ ବାଲୁଘାଟ କେନ୍ଦ୍ରରେ ଏହି ଏସଓପି ଅନୁଯାୟୀ ଦୈନିକ ଡାଟା ରେକର୍ଡିଂ ଆରମ୍ଭ ହୋଇପାରିବ ।

jayashree
Leave A Reply

Your email address will not be published.