
ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକ ନେତା ମହାଦେବ ବେହେରା ଜୁନ ୩୦ରେ ଅବସର ଗ୍ରହଣ କଲେ । ଶିକ୍ଷକ ପ୍ରେମୀ ମହାଦେବ ୪ । ୨। ୯୨ରେ ଶିକ୍ଷକତା ଆରମ୍ବ କରି ମାଣ୍ଡିଆଢିପା ପ୍ରାଥମିକ ବିଦ୍ୟାଳୟ, ଘୁଚାପାଲି ପ୍ରାଥମିକ ବିଦ୍ୟାଳୟ, ଭୁବନେଶ୍ୱରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇକମାଳ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ଣଣଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଶିକ୍ଷକ ସଂଗଠନର ସଂପାଦକ, ବରଗଡ ଜିଲ୍ଲା ସଭାପତି, ରାଜ୍ୟ ସଂଗଠନ ସଂପାଦକ ତଥା ଜାତୀୟସ୍ତରର ସଦସ୍ୟ ଭାବେ ରହି ଶିକ୍ଷକମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ସେ ଜଣେ ସଚ୍ଚୋଟ ଉତ୍ତମ ଶିକ୍ଷକ ତଥା ସଂଗଠକ ଭାବେ ବେଶ ପରିଚିତ ।
