pakka

୧୭ ବର୍ଷ ପରେ ଯୋଖିପାଲି ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ନିଯୁକ୍ତ : ଦିବସଙ୍କ ପ୍ରୟାସକୁ ପ୍ରଶଂସା

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଯୋଖିପାଲିରେ ଦୀର୍ଘ ସତର ବର୍ଷ ହେଲା ଖାଲି ପଡ଼ିଥିବା ବିଜ୍ଞାନ ଶିକ୍ଷକ ପଦବୀ ପୂରଣ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ପଞ୍ଚାୟତ ହାଇସ୍କୁଲ୍ ଯୋଖିପାଲି ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସାମିଲ ହୋଇଛି । ଏଠାରେ ବିଜ୍ଞାନଗାର ମଧ୍ୟ ତିଆରି କରାଯାଇଛି । ବିଜ୍ଞାନ ଶିକ୍ଷକ ଅଭାବରୁ ବିଜ୍ଞାନଗାର କାର୍ଯ୍ୟକାରୀ ହୋଇପାରୁ ନଥିଲା । ଦିବସ କୁମାର ସାହୁ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲାପରେ ଲଗାତାର ଏହି ସ୍କୁଲର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହା ଏକ ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ, ତେଣୁ ଏଠାରେ ଶିକ୍ଷକ ନିଯୁକ୍ତି କରିବା ଦିବସଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ସେ ଏହାକୁ ସ୍ୱୀକାର କରି ଅନେକ ସଂଘର୍ଷ ପରେ ବିଦ୍ୟାଳୟ ପାଇଁ ଏକ ବିଜ୍ଞାନ ଶିକ୍ଷକ ଯୋଗାଡ କରିପାରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଶେଷରେ ସଫଳତା ହାସଲ କରିଛନ୍ତି । ଗତ ଜୁଲାଇ ମାସ ୧୭ ତାରିଖରେ ଜନ ଶୁଣାଣି ମାଧ୍ୟମରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବସ ଅଭିଯୋଗ କରି ଡେପୁଟେସନ ମାଧ୍ୟମରେ ପାଖ ସ୍କୁଲରୁ କୌଣସି ଏକ ଶିକ୍ଷକ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ । କିଛି ଦିନ ତଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦିବସଙ୍କୁ ଡାକି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ବରଗଡ଼ ଶିକ୍ଷା ଅଧିକାରୀଙ୍କ ଚିଠି ସଂଖ୍ୟା ୭୯୯୭ ତାରିଖ ୨୪-୦୮-୨୦୨୨ ଅନୁଯାୟୀ ଯୋଖିପାଲି ପାଖରେ ଥିବା ବିଦ୍ୟାଳୟ ପୁଞ୍ଜିପଥର ହାଇସ୍କୁଲରୁ ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଏଣିକି ଯୋଖିପାଲି ସ୍କୁଲରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ତିନିଦିନ ବିଜ୍ଞାନ ପାଠ ପଢ଼ାଇବେ । ଏହି ଖବର ଜାଣିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ନିଜ ପୋଷ୍ୟ ସ୍କୁଲର ଉନ୍ନତି ପାଇଁ ଦିବସଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯାଇଛି ।

jay balangir
Leave A Reply

Your email address will not be published.

4 × one =

error: Content is protected !!