pakka

ଶିଶୁବାଟିକା ଶିକ୍ଷାର ଦ୍ୱିତୀୟ ସୋପାନ : ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

bbehera

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ଉପରେ ଆଲୋକପାତ ହୋଇ ଅଭିଭାବକମାନଙ୍କ ପ୍ରଶିକ୍ଷଣ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ୨ୟ ସୋପାନ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆୟୁର୍ବେଦ ଡାକ୍ତର ପ୍ରଭାତ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଶିଶୁ ମନ୍ଦିରର ଶିକ୍ଷା ଦ୍ଵାରା ଶିଶୁ କେବେ କୁ-ପଥଗାମୀ ହେବ ନାହିଁ ବୋଲି କହିବା ସହିତ ଶିଶୁମାନଙ୍କ ଦୈନନ୍ଦିନ ଜୀବନରେ ଶିଶୁଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ କହିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସଭାପତି ଉପେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉପସଭାପତି ଶ୍ରୀମତୀ ଗୀତା ପାଢି, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ଶ୍ରୀମତି ସୁନିତାସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟା ବି ସୁଶୀଳା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବାଟିକା ଅଭିଭାବକ ଅଭିଭାବିକାମାନଙ୍କୁ ବିଭିନ୍ନ ପ୍ରଦର୍ଶନୀ ଦେଖାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ପ୍ରାରମ୍ଭ, ବୋଧ ଶ୍ରେଣୀର ଶିଶୁ, ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 + ten =