pakka

ସ୍ୱାଧୀନ ପ୍ରାର୍ଥୀ ଭି. ଚନ୍ଦ୍ରଶେଖରଙ୍କ ଦବଦବା ପ୍ରଦର୍ଶନ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତ ହୋଇପଡ଼ିଛନ୍ତି, ଭି. ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ ଏକ ବିରାଟ ଶୋଭାଯାତ୍ରାରେ ଶହଶ୍ରାଧିକ ଦଳିତବର୍ଗର ଲୋକଙ୍କ ଗ୍ରହଣରେ ବାହାରି ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ପହଞ୍ଚି ରିଟର୍ଣ୍ଣନିଙ୍ଗ ଅଫିସର୍‌ଙ୍କ ହସ୍ତରେ ନିଜର ନାମାଙ୍କନପତ୍ର ଶୁକ୍ରବାର ଦାଖଲ କରିଛନ୍ତି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ତାଙ୍କରି ରାଲିରେ ପ୍ରାୟତଃ ୧୨ଶହରୁ ଅଧିକ ଲୋକଙ୍କ ସମେତ ବହୁ ସମର୍ଥକ କର୍ମୀଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ଏପରିକି ତାଙ୍କରି ସହକର୍ମୀ ଓ ସମର୍ଥକଗଣଙ୍କ ସ୍ଲୋଗାନ୍‌ ଭିତ୍ତିରେ ଏଠାରେ ଶ୍ରୀ ନାଇଡୁ ନିଜର ଦବଦବା ପ୍ରଦର୍ଶନ କରିଥିବା ଦେଖାଦେଇଛି । ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ରିଟର୍ଣ୍ଣନିଙ୍ଗ ଅଫିସର୍ ଦାୟିତ୍ଵରେ ଥିବା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ, ମଧୁସ୍ମିତା, ଆଇ.ଏ.ଏସ୍‌.ଙ୍କ ନିକଟରେ ସ୍ଵାଧୀନପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜଣେ ସ୍ୱାଧୀନପ୍ରାର୍ଥୀ ଭାବେ ନାଇଡୁ ବାବୁ ଏଭଳି ଦବଦବା ପ୍ରଦର୍ଶନ କରିବା ଏକ ନିଆରା ପରି ମନେହୋଇଛି ।

Leave A Reply

Your email address will not be published.

1 × three =