ଅଖିଳ ଭାରତ କୃଷକସଭା ମଞ୍ଚ ପକ୍ଷରୁ ୧୧ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ଭାରତ କୃଷକସଭା ମଞ୍ଚ ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଏଲନିନୋ ପ୍ରଭାବରେ ଅନିୟମିତ ବର୍ଷାର ମୁକାବିଲା ପାଇଁ ୧୧ ଦଫା ଦାବୀ ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷକ ପ୍ରତିନିଧିମାନେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦାବୀ ପୂରଣ ନହେଲେ ଗଞ୍ଜାମ ଜିଲ୍ଲାବ୍ୟାପି ଚାଷୀ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ପ୍ରସାଶନକୁ ଚାଷୀନେତା ଗଣ ଚେତାବନୀ ଦେଇଛନ୍ତି । ମଙ୍ଗଳବାର କୃଷକ ସଭା ପକ୍ଷରୁ ପ୍ରଦାନ କରା ଯାଇଥିବା ପ୍ରମୁଖ ଦାବୀ ମଧ୍ୟରେ ପ୍ରଚୁର ପରିମାଣର ବିହନ ମହଜୁଦ୍ ରଖିବା ଏବଂ ଚାଷୀ ମାନଙ୍କୁ ମାଗଣାରେ ବିହନ ଦେବା, ରିହାତି ଦରରେ ସାର ଯୋଗାଇଦେବା ସହିତ ସାର କଳାବଜାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କେନାଲ ଗୁଡ଼ିକର ତୁରନ୍ତ ମରାମତି କରିବା , ଉଠାଜଳସେଚନ ପଏଣ୍ଟ ଗୁଡ଼ିକର ମରାମତି ସହିତ ବିଦ୍ୟୁତ ଦେୟ ଛାଡ କରିବା, ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷୀଙ୍କୁ ମାଗଣା ଶସ୍ୟ ବୀମା ସୁବିଧା ଦେବା ସହିତ କୃଷିଋଣ ଛାଡ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ କମାଇବା, ଅସହାୟ ଭତ୍ତା ନିୟମିତ ଓ ନିର୍ଦ୍ଧିଷ୍ଟ ସମୟରେ ଦେବା ଏବଂ ଚାଷୀମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷସାରା କାମ ଯୋଗାଇଦେବା ପ୍ରଭୃତି ଦାବୀ ରହିଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବା ସମୟରେ ସଭାପତି ଶ୍ରୀ ରଥଙ୍କ ସମେତ ସମ୍ପାଦକ ରାଜିବ ଲୋଚନ ପଣ୍ଡାଙ୍କ ସମେତ ସମ୍ପାଦକ ନୀଳକଣ୍ଠ ଦାସ, ବରିଷ୍ଠ କୃଷକ ନେତା ରଙ୍କନାଥ ସ୍ୱାଇଁ, ସତ୍ୟନାରାୟଣ ମହାପାତ୍ର, ପଞ୍ଚାନନ ସ୍ୱାଇଁ, ଗୋପାଳ ଭୁୟାଁ, ସତ୍ୟବାଦୀ ସ୍ୱାଇଁ, ଜୟକୃଷ୍ଣ ନାୟକ, ଏମ୍. କ୍ରିଷ୍ଣା ରେଡି, ଟି. ନାରାୟଣ ରେଡି, ସି.ଏଚ୍. ଜନାର୍ଦ୍ଧନ ରେଡି, ଦଣ୍ଡାସି ପାତ୍ର, ହରିହର ପାତ୍ର, ବିଜୟ ସାମନ୍ତରା ପ୍ରମୁଖ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଉପସ୍ଥିତ ରହି ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିଲେ ଏବଂ ଉକ୍ତ ୧୧ ଦଫା ଦାବୀ ସମ୍ପର୍କରେ ଦର୍ଶାଇଥିଲେ ।

Leave A Reply

Your email address will not be published.