ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଶୃଙ୍ଖଳିତ ନବଯୌବନ ଦର୍ଶନ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥାପିତ ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନେତ୍ରତ୍ସୋବ ଓ ନବଯୌବନ ଦର୍ଶନ ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଉପଲକ୍ଷେ ଏକ ନିଆରା ସାଂସ୍କୃତିକ ଭରା କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଭକ୍ତି ଓ ଆଧ୍ୟାତ୍ମିକ ଜାଗରଣର ନୃତ୍ୟ ପରିବେଷଣ ହୋଇଥିଲା । ଯାହାକି ଅଗଣିତ ଭକ୍ତଙ୍କ ଗହଳି ମଧ୍ୟରେ ସ୍ଥାନଟି ଖୁବ୍ ଉତ୍ସବ ମୁଖର ହୋଇ ଉଠିଥିଲା । ତେବେ ଦିଅଁଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ସହିତ ଚତୁର୍ଦ୍ଧାମୂର୍ତ୍ତି ଯଥା ବଡ଼ ଠାକୁର ବଳଭଦ୍ର, ପ୍ରଭୁଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ଠାକୁର ଜ୍ୱର ରୁ ସୁସ୍ଥ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ଲୀଳା ଦର୍ଶନ ଯେ, ଅଗଣିତ ଭକ୍ତଙ୍କୁ ବିମୋହିତ କରିଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ନବଯୌବନ ବେଶ ଓ ନେତ୍ର ଉତ୍ସବ ଖୁବ୍ ନିଆରା ଧର୍ମରେ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଆସୁଅଛି । ଏହି ଦିନ ସନ୍ଧ୍ୟାରେ ଆୟୋଜିତ ରଙ୍ଗମଞ୍ଚରେ କୁନିକୁନି କଳାକାର ମାନେ ନାଟ୍ୟ-ମଣ୍ଡପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କଙ୍କ ପ୍ରତି ନିଜକୁ ସମର୍ପଣ କରି ନିଜର ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ରଙ୍ଗମଞ୍ଚରେ କୁନିକଳାକାର ମାନେ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରି ଅଗଣିତ ଦର୍ଶକଙ୍କୁ ଆକର୍ଷିତ କରିପାରିଛନ୍ତି । ଛତ୍ରପୁର ସହରାଞ୍ଚଳର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜିତ ଆକର୍ଷଣୀୟ ବଡ଼ଦେଉଳରେ ପୂଜିତ ମହାପ୍ରଭୁଙ୍କ ଏହି ନିୟମିତ ବିଧାନରେ ବ୍ୟବସ୍ଥିତ ଠାକୁରଙ୍କ ବେଶଲୀଳା ଖୁବ୍ ନିଆରା ଓ ପ୍ରଶଂସନୀୟ ଅଟେ । ଏହି ମନ୍ଦିରରେ ବିଜେ ପ୍ରତିମା ଠାକୁରଙ୍କ ଦର୍ଶନରେ ଉଭୟ ତେଲୁଗୁ ଓଡ଼ିଆ ବିଭିନ୍ନ ବର୍ଗର ଲୋକଙ୍କ ନିମନ୍ତେ ସାନିଧ୍ୟ ଲାଭ ହୋଇ ଭକ୍ତମାନେ ପୂଣ୍ୟ ଅର୍ଜନ କରିଆସିଛନ୍ତି ବୋଲି କୁହାଯାଏ ।

Leave A Reply

Your email address will not be published.