pakka

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ହସ୍ପିଟାଲକୁ ଇଣ୍ଡୋର ବୃକ୍ଷ ପ୍ରଦାନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ୨୦ଟି ଇଣ୍ଡୋର ଗଛ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଘର ପରିସରରେ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଗୁଡିକର ଉପାଦେୟତା ଉପରେ ପ୍ରତିପାଦିତ କରାଯାଇଥିଲା । ଏଥିପାଇଁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ କୋଠରୀରେ ସୌନ୍ଦର୍ଯ୍ୟ ବୃଦ୍ଧି ସହ ବାୟୁମଣ୍ଡଳ ଶୋଧନ ପାଇଁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଗଛ ପ୍ରଦାନ କରାଯାଇଛି । ଗୁରୁବାର ଅପରାହ୍ନରେ ରୋଟାରୀ କ୍ଲବ ସଭାନେତ୍ରୀ ଏସ.ରେଖା ମହାନ୍ତି ଓ ସମ୍ପାଦିକା ସ୍ୱାଗତିକା ସାମନ୍ତ ରାୟ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡା.ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ବରିଷ୍ଠ ପଦାଧିକାରୀ ଡା. ସୁଦର୍ଶନ ସାହୁ ଓ ପରିଚାଳକ ସନ୍ତୋଷ ପଣ୍ଡାଙ୍କୁ ବୃକ୍ଷ, ଗୁଳ୍ମକୁଣ୍ଡ ଗୁଡିକ ହସ୍ତାନ୍ତର କରିଥିଲେ ।

jay balangir
Leave A Reply

Your email address will not be published.

seventeen − fifteen =