ଗ୍ରାମାଞ୍ଚଳରେ ଲକଡାଉନ୍ ସଟଡାଉନର ପ୍ରଭାବ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : କରୋନା କଟକଣା ଯୋଗୁଁ ବିଶେଷକରି ଦୋକାନ ବଜାର ପ୍ରାୟ ସମୟ ବନ୍ଦ ରହୁଥିବାରୁ ବେପାରୀମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡୁଛି । ଏହି ପ୍ରଭାବ ଖାଲି ଯେ ଦୋକାନୀ ମାନଙ୍କ ଉପରେ ପଡୁଛି ତା ନୁହେଁ ବରଂ ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଉପରେ ବି ବହୁମାତ୍ରାରେ ପଡିଥିବାର ଦେଖିବାକୁ ମିଳିଛି । ଏ ବର୍ଷ ଗ୍ରମାଞ୍ଚଳରେ ବିଷେଶ ମାତ୍ରାରେ ଶ୍ରମିକ ମାନଙ୍କୁ କାମ ମିଲୁନଥିବାରୁ ବହୁ ଦୁଃଖ କଷ୍ଟରେ ଚଲୁଛନ୍ତି । କେମିତି ପରିବାର ଚଲେଇବେ ସେ ଚିନ୍ତାରେ ଅଛନ୍ତି ଶ୍ରମିକ ମାନେ । ଏଇ କିଛିଦିନ ହେଲା ରାସ୍ତାକଡ଼ରେ କିଛି ଲୋକ ତାଲ୍‌, ଖଜୁରୀ, ଜାମୁକୋଳି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଆମେ ଭେଟିଥିଲୁ ଏମିତି କିଛି ରାସ୍ତା କଡରେ ପସରା ମେଲାଇ ବସିଥିବା ଲୋକଙ୍କୁ ତାଙ୍କୁ ପଚାରି ବୁଝିଥିଲୁ ଏଥିରେ କଣ ପରିବାର ପୋଷି ହେଉଛି ତାଙ୍କ ଉତ୍ତର ଥିଲା । ଇହାଦେ ତ କାମର୍ ଅଭାବ୍ ବସବାର୍ ଅପେକ୍ଷା ଗୁଢି ବେଟବାର୍ ଟା ଭଲ୍ ଯେନତା କଲେ ତ ପେଟ୍ ଚାଖନେ ଲାଗି କିଛି ଗୁଟେ କଲେ ଯାଏକ୍ ହେତିର ଲାଗି ଗଛୁ ଖଜୁର୍ ତାଲ୍ ଜାମ୍ କୁଶଂଗ ଝାରିକରି ଅଢିଆ ଖରଚା ବାହାର କରୁଛୁଁ । ଏମିତି ବହୁତ ଲୋକ ଜୀବନ ଜୀବିକା ହରାଇ ନିରାଶ ମନରେ ଏମିତି ପନ୍ଥା ଆପଣାଇଲେଣି । କଣ ବା କରିବେ ଏପଟେ କରୋନା ମାଡ ସେପଟେ ପେଟର ଜ୍ୱାଳା । କେବେ ଉଠିବ ଲକଡାଉନ୍‌ ସଟଡାଉନ୍‌ ସେ ସମୟକୁ ଚାହିଁ ରହିଛନ୍ତି ।

Leave A Reply

Your email address will not be published.

11 + 18 =