shyamal

ବିଦେଶରୁ ଦିଲ୍ଲୀ ଫେରିଥିବା ୪ ଜଣ ଯାତ୍ରୀ କରୋନାଙ୍କୁ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ବିଦେଶରୁ ଦିଲ୍ଲୀ ଫେରିଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରେ କରୋନା ଭାଇରସ ସଂକ୍ରମଣ ନିଶ୍ଚିତ ହୋଇଛି । ଚାରିଜଣ ଲଣ୍ଡନ ଏବଂ ଆମ୍‌ଷ୍ଟର୍ଡମ୍‌ରୁ ଫେରିଛନ୍ତି । ଚାରିଜଣଙ୍କ ପରୀକ୍ଷା ରିପୋର୍ଟ ବୁଧବାର ଦିନ ସକରାତ୍ମକ ହୋଇଛି । ଏହା ସହିତ ଗତ ଦୁଇ ଦିନ ମଧ୍ୟରେ ବିଦେଶରୁ ଦିଲ୍ଲୀ ଫେରିବା ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ପାଂଚକୁ ବୃଦ୍ଧି ପାଇଛି । ଏହି ସଂକ୍ରମିତମାନେ କେଉଁ ପ୍ରକାରର ସଂକ୍ରମଣର ଶୀକାର ହୋଇଛନ୍ତି, ତାହା ଜାଣିବା ପାଇଁ ଜିନୋମ୍‌ କ୍ରମ ନିମନ୍ତେ ସମସ୍ତଙ୍କର ନମୂନା ପଠାଯାଇଛି । ସମସ୍ତଙ୍କୁ ସଂଗରୋଧରେ ରଖାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ଆମ୍‌ଷ୍ଟର୍ଡମ୍‌ ଏବଂ ଲଣ୍ଡନରୁ ୧,୦୧୩ ଯାତ୍ରୀଙ୍କୁ ନେଇ ଚାରିଟି ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାତି ୧୨ ଟାରୁ ୬ ଟା ମଧ୍ୟରେ ଅବତରଣ କରିଥିଲା । ଏହି ଯାତ୍ରୀଙ୍କ ମଧ୍ୟରୁ ଚାରିଜଣଙ୍କ କରୋନା ପରୀକ୍ଷା ପଜିଟିଭ୍‌ ଆସିଛି । ଏହି ଚାରିଜଣ ହେଉଛନ୍ତି ଭାରତୀୟ ନାଗରିକ । ସୂଚନାଯୋଗ୍ୟ ଯେ, ନୂତନ ପ୍ରକାରର ଓମିକ୍ରନ୍‌ ବିପଦ ମଧ୍ୟରେ ସମଗ୍ର ବିଶ୍ୱରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି ।

purusottam
Leave A Reply

Your email address will not be published.