pakka

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍‌ସ ଦିବସ ପାଳିତ

bbehera

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ୍‌ ରିବନ୍‌ କ୍ଲବ ଦ୍ୱାରା ଆଜି ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଇଛି । ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏଡସ୍‌ ପ୍ରତି ସଚେତନ ହେବା ସଂଙ୍ଗେ ସଂଙ୍ଗେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାଧ୍ୟାପକ ରଞ୍ଜନ କୁମାର ମନହିରା ଏଡ୍‌ସର ବିଭିନ୍ନ ଦିଗ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ୟୁଥରେଡ୍‌କ୍ରସ କାଉନ୍‌ସେଲର ଦୁର୍ବାଦଳ ଘିବେଳା ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲେଚନା କରିଥିଲେ ଏବଂ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ଅଚ୍ୟୁତରାମ ମେହେର, ଧୋବାଇ ଚରଣ ପଟେଲ ପ୍ରଶାନ୍ତ କୁମାର ଥନାପତିଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 2 =