pakka

ଗରିବ ଭୂମିହୀନଙ୍କୁ ଜମି ଓ ଘର ଦାବୀରେ ଆନ୍ଦେଳନକୁ ଓହ୍ଲାଇଲା କଂଗ୍ରେସ : ପ୍ରଥମେ ଜମି ଓ ଘର ଦିଅ ପରେ ବିସ୍ଥାପନ କର – ଜିଲ୍ଲା ସଭାପତି

bbehera

ବଲାଙ୍ଗିର, (ଦେବଶିଷ ମିଶ୍ର) : ଗରିବ ଭୂମିହୀନଙ୍କୁ ଜମି ଓ ଘର ଦାବୀରେ ଆନ୍ଦେଳନକୁ ଓହ୍ଲାଇଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସମ୍ବିଧାନ ଆମକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି । ବଞ୍ଚିବା ପାଇଁ ରୋଜଗାର ଦରକାର । ସହରରେ ରୋଜଗାର କରିବା ପାଇଁ ବାସଗୃହ ନିହାତି ଆବଶ୍ୟକ । ଗାଁ ଗହଳିରୁ ଗରିବ ଭୂମିହୀନମାନେ ପେଟପାଟଣା ପାଇଁ ଆସି ସହରରେ ଖାଲିଥିବା ସରକାରୀ ଜମିରେ ଘର କରି ରହୁଛନ୍ତି । ସରକାରଙ୍କ କର୍ତ୍ତବ୍ୟ ସେମାନଙ୍କୁ ରୋଜଗାର କରିବା ପାଇଁ ସୁଯୋଗ ଦେବା ଏବଂ ତାଙ୍କର ମୌଳିକ ଅଧିକାରର ସୁରକ୍ଷା କରିବା କିନ୍ତୁ ତାହା କରିବା ପରିବର୍ତ୍ତେ ଏହି ଗରିବ ବିରୋଧି ସରକାର ସେମାନଙ୍କୁ ବେଘର କରୁଛି । ଆଇନରେ ଅଛି ସେମାନଙ୍କୁ ଜମି ଓ ଘର ଯୋଗାଇ ଦେବା କିନ୍ତୁ ୫ମ ପାଳିରେ ଥିବା ବିଜେଡି ସରକାର ସଂଖ୍ୟା ଗରିଷ୍ଠତାରେ ମଦମସ୍ତତ୍ତହୋଇ ଗରିବଙ୍କୁ ଘର ଓ ଜମି ଦେବା ପରିବର୍ତ୍ତେ ସେମାନେ ମୁଣ୍ଡଗୁଞ୍ଜି ଥିବା ସରକାରୀ ଜାଗାରେ ତାଙ୍କ ଘର ଭାଙ୍ଗି ରାସ୍ତାକୁ ଠେଲି ଦେଉଛି । ଏଥିରୁ ଯଦି ସରକାର ଓ ଜିଲ୍ଲା ପ୍ରଶାସନ ବିରତ ନ ରହନ୍ତି ତେବେ କଂଗ୍ରେସ ଦଳ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ବିରୁଦ୍ଧରେ ବିରାଟ ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ଦିଲିପ କୁମାର ବେହେରା ନିଜ ବକ୍ତବ୍ୟରେ ଚେତାବନୀ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନଗର ସଭାପତି ବୁଲୁ ଦାନୀଙ୍କ ଆବହକତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ସଭାପତି ଶ୍ରୀ ବେହେରା ଏହା ମଧ୍ୟ କହିଛନ୍ତି ଯେ ବିଜୁ ଜନତା ଦଳ ସରକାରରେ ଅଛି ସେମାନେ ପ୍ରଶାସନକୁ ଯାହା କହୁଛନ୍ତି ପ୍ରଶାସନ ତାହା କରୁଛି । ଲୋକେ ବୁଝିଯିବା ଦରକାର ଯେ ଏହା ଏକ ଗରିବ, ଖଟିଖିଆ, ଭୂମିହୀନ ବିରୋଧି ସରକାର । ସରକାର ସବୁବେଳେ ଜିଲ୍ଲା ପ୍ରଶାସନକୁ ଲଗାଇ ଗରିବଙ୍କ ଘର ଭାଙ୍ଗିବାରେ ଲାଗିଛି । ବିଜୁ ଜନତା ଦଳର ଲୋକେ ଲୋକଙ୍କୁ ଭୁଆଁ ବୁଲେଇ ଭୂମିହୀନଙ୍କ ପାଇଁ ଆନ୍ଦୋଳନ କରିବାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମତ ପ୍ରକାଶ ପାଇଛି । ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ଅନେକ ନେତା ଯଥା ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଏପରିକି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଶୁଶାନ୍ତ ସିଂହ ସରକାରଙ୍କ ଏହି ଗରିବଙ୍କ ଘରଭଙ୍ଗା ନୀତି ବିରୁଦ୍ଧରେ ମୁହଁ ଖୋଲୁନାହାନ୍ତି କାହିଁକି ବୋଲି ଜିଲ୍ଲା ସଭାପତି ଶ୍ରୀ ବେହେରା ସେମାନଙ୍କୁ ତିବ୍ର ସମାଲୋଚନା କରି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଓ ବଲାଙ୍ଗିରରେ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଉନ୍ନୟନମୂଳକ ଯୋଜନା ନାଁ ନେଇ ଗରିବ ଭୂମିହୀନଙ୍କୁ ଘର ଭାଙ୍ଗି ବାସହରା କରୁଛନ୍ତି । ସେମାନେ ଜାଣିବା ଦରକାର କରୋନା ଯୋଗୁଁ ଲୋକେ ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି । ଏପର୍ଯ୍ୟନ୍ତ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବରେ ଅପସରିଯାଇ ନାହିଁ । ଓଲଟା ତୃତୀୟ ଲହର ଆଶଙ୍କା ଦେଖାଦେଲାଣି ତେଣୁ ଏପରି ସମୟରେ ନବୀନ ସରକାର ଏବଂ ଜିଲ୍ଲା ପ୍ରଶାସନର ମାନବିକତାହୀନ ଘର ଭଙ୍ଗା ଅଭିଯାନକୁ ଆନ୍ଦୋଳନରେ ଉପସ୍ଥିତ ଥିବା ନେତୃତ୍ୱ ଯଥା ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଉପସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଉପସଭାପତି ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଆରତିପ୍ରୀତି ନାଗ, ମିରା ମଣ୍ଡଳ, ସଏନା ବେଗମ, ଅନିତା ସେଠ, ଟୁଲୁ ସେନ, ପ୍ରେମ ପ୍ରକାଶ ମିଶ୍ର, ବ୍ୟାସଦେବ ନନ୍ଦ, ଚଗଲା ପରିଚ୍ଛା, କୁଳ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ କଟୁ ସମାଲୋଚନା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭୂମିହୀନମାନଙ୍କୁ ପ୍ରଥମେ ଜମି ଓ ଘର ଦିଆଯାଉ ଏବଂ ପରେ ବିସ୍ଥାପନ କରାଯାଉ ଦାବୀ ଥିବା ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଦଳ ତରଫରୁ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଜିଲ୍ଲାରେ ଗରିବଙ୍କ ଘରଭଙ୍ଗା ନିଷ୍ପତ୍ତି ସରକାର ଏବଂ ଜିଲ୍ଲା ପ୍ରଶାସନର ହୋଇଥିବା ସ୍ଥଳେ ଖୁଦ୍‌ ସରକାରୀ ଦଳର ନେତୃବୃନ୍ଦ ଆଜି କିଛି ସାଧାରଣଲୋକଙ୍କୁ ନେଇ ସରକାରୀ ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦେଖାଯାଇଥିଲା ।

Leave A Reply

Your email address will not be published.

5 × five =