pakka

ବିଶ୍ୱ ଏଡ୍‌ସ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଦିବସ ଓ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ଓ ମୁଖ୍ୟବକ୍ତା ଭାବରେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡ. ବିଶ୍ୱଜିତ ମିଶ୍ର ଯୋଗଦାନ ଦେଇଥିଲେ । ଚଳିତ ବର୍ଷ ଏଡ୍‌ସ ଦିବସର ବାର୍ତ୍ତା ‘ଅସମାନତ ଦୂର କର, ଏଡ୍‌ସ ଅନ୍ତ ଘଟାଅ’ା ଅର୍ଥାତ ଏହି ମହାମାରୀ ଅନ୍ତ ପାଇଁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ବିଶେଷ କରି ଏଡ୍‌ସ ଆକ୍ରାନ୍ତମାନଙ୍କ ପ୍ରତି କୌଣସି ଭେଦଭାବ ରଖିବା ନାହିଁ । ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି ନିୟମିତ ଔଷଧ ଖାଇଲେ ଓ ଅନ୍ୟ ନିୟମ ପାଳିଳେ ସାଧାରଣ ବ୍ୟକ୍ତିଙ୍କ ଭଳି ବଂଚି ପରିବ । ରୋଗକୁ ଘୃଣା କରନ୍ତୁ ରୋଗୀଙ୍କୁ ନୁହେଁ ବୋଲି ଅତିଥିଗଣ ମତବ୍ୟକ୍ତି କରିଥିଲେ । ପରେ ଶିକ୍ଷାର୍ଥୀମାନେ ଏଡ୍‌ସ ବିଷୟରେ ବିଭିନ୍ନ ପ୍ରଶ୍ନର ଡ. ବିଶ୍ୱଜିତ ମିଶ୍ର ଉତ୍ତର ରଖିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରି ବାରିକ, କ୍ରାନ୍ତୀ ଭୋଇ, ଯଶୋବନ୍ତି ସୁନା, ଅଙ୍ଗନୱାଡି କର୍ମୀ ଲିନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଆଦିତ୍ୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × 1 =