
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ସମୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ସାଇବର ସଚେତନତା ୱେବିନାରର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇ ସାଇବର ଠକେଇ, ଅନଲାଇନ୍ ଅପରାଧ ଏବଂ ଡିଜିଟାଲ୍ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା । ସାଇବର ଠକେଇ ଓ ଅପରାଧରୁ ନିଜକୁ ଏବଂ ସମାଜକୁ ସୁରକ୍ଷିତ ରଖିବା ସହ ଏକ ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ପୂର୍ଣ୍ଣଚନ୍ଦ୍ର ପଧାନ, ସୋମେଶଦତ୍ତ ହୋତା, ଶରତଚନ୍ଦ୍ର ପଧାନ, ବିଜୟ କଳତା, ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ଛନ୍ଦାଚରଣ ଖୁଣ୍ଟିଆ, ଦିଲ୍ଲୀପ ଘିଭେଲା ଓ ଶଶିଭୂଷଣ ପଶାୟତଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।