pakka

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଟିଟିଲାଗଡ଼ ଦଳ ବିଜୟୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସପ୍ତମ ଦିନରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ଼ ଦଳମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଏକାଡେମୀ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୭ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଂଶୁମାନ ମିଶ୍ର ସର୍ବାଧିକ ୭୭, ସତ୍ୟଜିତ ସିଂହଦେଓ ୪୭ ଓ ମାନସ ରଂଜନ ସାହାଣୀ ୩୫ ରନ୍‌ ସଂଗ୍ରହର କରିଥିଲେ । ଟିଟିଲାଗଡ଼ ଦଳ ତରଫରୁ ସଫଳ ବୋଲର ଭାବେ ବିକି ନାଗ ୪ ଗୋଟି ଓ ଶୈଲେସ ପଟ୍ଟନାୟକ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଟିିଟିଲାଗଡ଼ ଦଳ ୪୮ ଓଭରରେ ୬ ଉଇକେଟ ହରାଇ ଆବଶ୍ୟକ ୨୪୮ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ତରଫରୁ ଏମ୍‌ ରୋହିତ କୁମାର ୮୦, ସୌରଭ ପଟେଲ ୫୮ ଓ ୱାଏସ୍‌ ରାଓ ଅପରାଜିତ ୩୯ ରନ୍‌ ସଂଗ୍ରହ କରିଥିଲେ । ନାଏକ ଏକାଡେମୀ ଦଳ ତରଫରୁ ସତ୍ୟଜିତ ସିଂଦେଓ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ରଜତ ଦାସ ଓ ରାଜେନ୍ଦ୍ର ସେଠ୍‌ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

18 + two =