pakka

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳନ : ନିୟନ୍ତ୍ରଣ ପାଇଁ ଜନ ସଚେତନତା ଉପରେ ଗୁରୁତ୍ୱାରୋପ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡସ୍‌ ନିରାକରଣ ୟୁନିଟ୍‌ ଏବଂ ଏଡସ୍‌ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ଏଲ୍‌ଡବ୍ଲ୍ୟୁଏସ୍‌ – ୟୁଏସ୍‌ଏସ୍‌, ଟିଆଇ ସାଇ, ଆହ୍ୱାନ, ସିଏସ୍‌ସି – ବିଦ୍ୱାନ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍‌ସ୍‌ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ଏଡ୍‌ସ୍‌ ଦିବସ ପାଳନ ଅବସରରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଚଂଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଏଡ୍‌ସ୍‌ ନିୟନ୍ତ୍ରଣ ଓ ନିରାକରଣ ସଂପର୍କରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସିଡିଏମ୍‌ଓ ଡା. ଭୀମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟ କିଶୋର ପତି, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଟିବି) ଡା. ସିଦେ୍ଧଶ୍ୱର ମାଝୀ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସୁଧା ବାର୍ଲା, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ନମିତା ମିଶ୍ର, ଡା. ତୁଷାରକାନ୍ତ ଠାକୁର, ଡା. ଗିରିଜା ଶଙ୍କର ଉଦ୍‌ଗାତା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଂଜୟ ମୁଣ୍ଡ, ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବିଭିନ୍ନ ବେସରକାରୀ ସଂଗଠନର କର୍ମକର୍ତ୍ତା ଓ ନର୍ସିଂ କଲେଜର ଛାତ୍ରୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ‘ଅସମାନତା ଦୂର କରି ଏଡ୍‌ସ୍‌ ନିୟନ୍ତ୍ରଣ କରି ମହାମାରୀକୁ ଶେଷ କରିବା ଆଭିମୁଖ୍ୟ ନେଇ ବିଶ୍ୱ ଏଡ୍‌ସ୍‌ ପାଳନ କରାଯାଉଅଛି । ଏଚ୍‌ଆଇଭି / ଏଡ୍‌ସ୍‌ର ନିରାକରଣ ପାଇଁ ଜନସଚେତନତା ଦ୍ୱାରା ହିଁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ସରକାରୀ, ବେସରକାରୀ ଓ ବିଭିନ୍ନ ସାମାଜିକ ସଂଗଠନ ପାରସ୍ପରିକ ସହଯୋଗ ରକ୍ଷା କରି ଏଡ୍‌ସ୍‌ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଏବଂ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟିତ ହେବା ନିମନ୍ତେ ଉପସ୍ଥିତ ଅଧିକାରୀମାନେ ମତବକ୍ତ କରିଥିଲେ । ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଶ୍ୱ ଏଡସ୍‌ ଦିବସର ଶପଥ ପାଠ କରାଇଥିଲେ । ଏହି ସଚେତନତା ସଭାରେ ଜିଲ୍ଲା ଏଡସ୍‌ ନିୟନ୍ତ୍ରଣ ୟୁନିଟ୍‌ର ଜିଲ୍ଲା ପ୍ରୋଗ୍ରାମ ମେନେଜର ରାଜେନ୍ଦ୍ର ମହାରଣା ଜିଲ୍ଲାରେ ଏଡସ୍‌ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଗହଣ କରାଯାଉଥିବା ପଦକ୍ଷେପ, ସ୍ଥିତି ଏବଂ ଏଡ୍‌ସ୍‌ ରୋଗୀମାନେ ପାଉଥିବା ବିଭିନ୍ନ ସରକାରୀ ସହାୟତା ସଂପର୍କରେ ସୂଚନା ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭା ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen − thirteen =