pakka

ଡେଲାଙ୍ଗରେ ନୂତନ ଥାନାଧିକାରୀ ଓ ବିଦାୟୀ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ନବ ନିଯୁକ୍ତ ନୂତନ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଓ ପଦୋନ୍ନତିରେ ଅନ୍ୟତ୍ର ବଦଳି ହୋଇଥିବା ବିଦାୟୀ ଥାନାଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ଡେଲାଙ୍ଗ ପ୍ରେସ କ୍ଲବ, ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଡେଲାଙ୍ଗ ଥାନରେ ଭେଟି ଉଭୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଡେଲାଙ୍ଗ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନୂତନ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡେଲାଙ୍ଗ ଅଞ୍ଚଳରେ ପୁଲିସ ଓ ପବ୍ଲିକ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଟା ସହ ଶାନ୍ତି ଶୃଙ୍ଖଳା ରକ୍ଷା, ବିକାଶ ଦିଗରେ ସାହାୟକ ଓ ସାଧରଣଜନତା ଉପକୃତ ହେବେ ବୋଲି ନୂତନ ଥାନାଧିକାରୀ ଶ୍ରୀ ମହାନ୍ତି ଆଶ୍ୱାସନା ଦେଇଛନ୍ତି । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ସାମ୍ବାଦିକ ଚିତ୍ତରଞ୍ଜନ ଜେନା, ରଶ୍ମୀରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ପଣ୍ଡା ଓ ପ୍ରଦୀପ କୁମାର ନାୟକ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

two × 1 =