pakka

ବିଶ୍ୱ ଏଡ଼୍‌ସ ସଚେତନତା ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଏଡ଼୍‌ସ ସଚେତନତା ଦିବସ ଉପଲକ୍ଷେ ପାଇକମାଲ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପରିସରରେ ଏକ ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା । ଅଧକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷତାରେ ହୋଇଥିବା ଏହି ସଭାରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଏଡ଼୍‌ସ ରୋଗର ଭୟାବହତା ଓ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ । ପରେ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟଠାରୁ ସାଲେପାଲି ଗ୍ରାମ ପର୍ଯ୍ୟନ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାମୁହିକ ପରିକ୍ରମା ହୋଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ନାରା ଦେଇ ଭାରତକୁ ଏଡ଼୍‌ସ ମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ । ଯୁବ ରେଡକ୍ରସ ସଂଯୋଜକ ଦେବରାଜ ସାହୁ, ପୁଷ୍ପମଞ୍ଜରୀ ପ୍ରଧାନ, ଏନ୍‌ଏସ୍‌ଏସ୍‌ ସଂଯୋଜକ ପ୍ରଦୀପ କୁମାର ଦେୱାନ, ଦେବାଶିଷ ଭାଇନା ସମେତ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

19 − 12 =