pakka

ରାଉରକେଲା କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ରାଉରକେଲା କଲେଜ ପରିସରରେ କ୍ଲଷ୍ଟର ସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ରାଉରକେଲା କଲେଜ ଓ ଯୁବ ରେଡକ୍ରସ ରାଉରକେଲା ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଆର୍‌ଜିଏଚ୍‌ର ଡାକ୍ତର ଏମ୍.ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡ୍ସ ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ । ଯୁବ ରେଡକ୍ରସର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ କାଉନସିଲର ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ଆବାହକତ୍ୱ ତଥା ସଂଯୋଜନାରେ ମୁଖ୍ୟଅତିଥି ଡାକ୍ତର ସୋରେନ ଚଳିତ ବର୍ଷର ବିଷୟବସ୍ତୁ ଅସମାନତା ଦୂର କରିବା, ଏଡ୍ସକୁ ଶେଷ କରିବା ଉପରେ ଆଲୋଚନା କରି କହିଲେ ଯେ ଅସୁରକ୍ଷିତ ଯୌନ ସମ୍ପର୍କ ଏଡ୍‌ସ ଅନ୍ୟତମ କାରଣ । ସେହିପରି ଜଣେ ଏଚ୍‌ଆଇଭି ପୀଡିତ ବ୍ୟକ୍ତିକୁ ଏଡ୍ସ ଶୀଘ୍ର ଗ୍ରାସ କରିଥାଏ । ଏଚଆଇଭି ପୀଡିତ ଯୋଗୁଁ ଶରୀରରେ ପ୍ରତିଷେଧକ ଶକ୍ତି ହ୍ରାସ ପାଇଥାଏ, ସେତେବେଳେ ଏହି ମାରାତ୍ମକ ରୋଗ ଗ୍ରାସ କରିଥାଏ । ତେଣୁ ସମସ୍ତେ ଏଡ୍ସ ବିଷୟରେ ସଚେତନ ହେବା ଓ ଅନ୍ୟକୁ ସଚେତନ କରାଇବା ପାଇଁ ସେ ଆହ୍ବାନ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସଭାପତିତ୍ବ ଅଭିଭାଷଣରେ କହିଲେ ଯେ, ସମଗ୍ର ବିଶ୍ୱ ଏଡ୍ସ ଓ ଅନ୍ୟ ମହାମାରୀ ଜନିତ ଅସମାନତା ଦୂର କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି । ତେଣୁ ଏଡ୍‌ସ ସ୍ଥାୟୀ ନିରାକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ କେବଳ ସଚେତନତା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ କଲ୍ୟାଣୀ ରାୟ ମହାବିଦ୍ୟାଳୟର ଅଧ୍ୟାପକ ପଦ୍ମନାଭ ପାଣିଗ୍ରାହୀ ଓ ୟୁଜିଏମର ଅଧ୍ୟାପକ ରବିନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ବରେ ଉଭୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହାପରେ ଏହି ସମସ୍ତ ମହାବିଦ୍ୟାଳୟର ଯୁବ ରେଡକ୍ରସର ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା ବାହାର କରି ବିଭିନ୍ନ ବସ୍ତି ଅଂଚଳରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ଅତିଥିଙ୍କ ପରିଚୟ ସହ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅନ୍ୟ ତମ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ପରିଚାଳନାରେ ସର୍ବଶ୍ରୀ ଗୋବିନ୍ଦ ବାରିକ, ଶ୍ରାବଣୀ ବୋଷ, ସନ୍ତୋଷ ଗୌଡ, ଅଙ୍କିତା ତିର୍କୀ, ଅଙ୍କିତା କେରକେଟା, ନାନସୀ ଜୁଲିଆନ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 1 =