ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଲାଗୁ ପରେ ଗଞ୍ଜାମ ମହକୁମାରେ ପୋଲିସ୍‌ର ଫ୍ଲାଗ୍-ମାର୍ଚ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲାଗୁ ହୋଇସାରିଛି ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଅବା ସଧାରଣ ନିର୍ବାଚନ -୨୦୨୪ ଅବସରରେ ଆଚରଣ ବିଧି । ପ୍ରାର୍ଥୀଙ୍କ ପ୍ରଚାର, ଦଳୀୟ ରୀତିନୀତି କିଭଳି ରହିବ, ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବା ସାଂଗକୁ ଶୃଙ୍ଖଳିତ ଭାବେ ମତଦାନ ହେବା ନିମନ୍ତେ ଗତ ଶନିବାର ସନ୍ଧ୍ୟାରୁ ଆଚରଣ ବିଧି ଲାଗୁ ହେଇଛି । ଆଚରଣ ବିଧିକୁ ଉଲଂଘନ କଲେ କଡ଼ା କାର୍ଯ୍ୟାନଷ୍ଠାନ ନିଆଯିବାକୁ ପ୍ରଶାସନ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ପୋଲିସ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଲାଗୁ ହେବା ପର ପର୍ଯ୍ୟାୟର ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ସଦର ମହକୁମାସ୍ଥିତ ଛତ୍ରପୁର ସହରରେ ୪ ପ୍ଲାଟୁନ୍ ବିଶିଷ୍ଟ ପୋଲିସ୍ ବାହିନୀକୁ ନେଇ ରବିବାର ପୋଲିସ୍‌ର ଫ୍ଲାଗ୍-ମାର୍ଚ୍ଚ ଅନୁଷ୍ଠିତ ହୋଇଛି । ଏହା ଯେ’ ନିର୍ବାଚନ ଆଚରଣ ବିଧିକୁ ଅଧିକା ଶୃଙ୍ଖଳିତ କରାଯିବା ନେଇ ଛତ୍ରପୁର ସହରରେ ଜନ-ସଚେତନତା କରାଯାଇଛି । ରବିବାର ପୂର୍ବାହ୍ନରେ ଛତ୍ରପୁର ସହରରେ ପୋଲିସ୍‌ର ଫ୍ଲାଗ୍-ମାର୍ଚ୍ଚ ହୋଇଥିଲା । ଏହା ଲୱେର ବସଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ରିକାପଲ୍ଲୀ ଛକ, ବଡ଼ ବଜାର, ଅପର-ବସଷ୍ଟାଣ୍ଡ ଦେଇ ଷ୍ଟେସନ୍ ରୋଡ଼ ବ୍ରାହ୍ମଣୀ ବନ୍ଧଠାରେ ସମ୍ପନ୍ନ ହୋଇଥିଲା । ଛତ୍ରପୁର ଏସ୍‌ଡ଼ିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ ଚନ୍ଦ୍ର ଦାସ, ସେକେଣ୍ଡ ଅଫିସର୍ ବିନୟ ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀଙ୍କ ସମେତ ୪ ପ୍ଲାଟୁନ୍ ଫୋର୍ସ ସହ ସମିଳିତ ସହର ପରିକ୍ରମଣ ହୋଇଥିଲା ।

Leave A Reply

Your email address will not be published.

nineteen + 11 =