pakka

ଲୋକାର୍ପିତ ହେବା ପୂର୍ବରୁ ଦବିଗଲା ପୋଲ : ନିମ୍ନମାନର କାମ ଅଭିଯୋଗ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଫଳରେ ଲୋକାର୍ପିତ ହେବା ପୂର୍ବରୁ ସେତୁର ଗୋଟିଏ ପାର୍ଶ୍ଵ ଦାବି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା-କେଉଁଟିପାଲି ଘେସରା ପୋଲ ରାସ୍ତା କାମରେ । ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଏହି ରାସ୍ତାରେ ଏକ ସେତୁ କାର୍ଯ୍ୟ ନିର୍ମାଣ ଚାଲିଥିଲା, ତା ପୁଣି ବିନା ସୂଚନା ଫଳକରେ । ରାତିଦିନ ଅନବରତ ଭାବେ ବିଭାଗୀୟ କୌଣସି ଅଧିକାରୀଙ୍କ ବିନା ଉପସ୍ଥିତିରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅତି ନିମ୍ନମାନର କାମ ହେଉଥିବା ନେଇ ସ୍ଥାନୀୟ ଲୋକେ ପୂର୍ବରୁ ଅଭିଯୋଗ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ କିନ୍ତୁ କୌଣସି ଅଭିଯୋଗକୁ କର୍ଣ୍ଣପାତ କରି ନ ଥିଲେ । ଓଲଟା କାମ କରୁଥିବା ଠିକାଦାରଙ୍କୁ ପ୍ରଶ୍ରୟ ଦେଇଥିବା ଅଭିଯୋଗ ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ନିଜ ମର୍ଜି ମୁତାବକ ଠିକାଦାର ଜଣକ ସ୍ଥାନୀୟ ନାଳର ବାଲି ବ୍ୟବହାର କରିବା ସହିତ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିଲେ । ଫଳରେ ସେତୁ ନିର୍ମାଣର ମାତ୍ର କେଇଟା ଦିନ ମଧ୍ୟରେ ଗୋଟିଏ ପାର୍ଶ୍ଵ ଦବିଯାଇ ବିପଦଶଙ୍କୁଳ ସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ତମିଆ ସେତୁ ଭୁଶୁଡି ଜଣକର ଜୀବନ ହାନି ଘଟିଥିବା ବେଳେ ଏଠାରେ ସେଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ଏ ବାବଦରେ ଲୋଇସିଂହା ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପବିଭାଜନର କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା । ବଲାଙ୍ଗିର ଜିଲ୍ଲାପାଳ ତଥା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

eleven − four =

error: Content is protected !!