pakka

ମରଣଯନ୍ତା ପାଲଟିଛି ବଲାଙ୍ଗିରର ସହରର ମୁଖ୍ୟ ରାସ୍ତାରେ ଥିବା ପୋଲ ଉପର, ରାସ୍ତାର ମରାମତି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଭାପତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତା ତଥା ଲକ୍ଷ୍ମୀଜୋର ପୋଲ ଉପର ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ମରାମତି କରିବା ପାଇଁ ଗୁହାରୀ କରିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ । ଏହି ରାସ୍ତା ଦେଇ ବଲାଙ୍ଗିରର ବସ୍ତି ତଥା ମୁଖ୍ୟ ସ୍ଥାନକୁ ଅନେକ ଲୋକ ଯାତାୟାତ କରୁଥିବା ବେଳେ ଉଚ୍ଚ ଅଧିକାରୀମାନେ ମଧ୍ୟ ଯିବା ଆସିବା କରନ୍ତି । ତେବେ ଏହି ରାସ୍ତାର ଅବସ୍ଥା ଏମିତି ହେଲାଣି ଯେ କେତେ ବେଳେ କୌଣସି ଅଘଟଣ ଘଟିପାରେ । ତେବେ ଏଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେବା ପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସହ ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

14 + 8 =

error: Content is protected !!