pakka

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସର ସଭା ସଦେଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବାଲେଶ୍ୱର ରେଳ ଦୁର୍ଘଟଣାରେ ଓ ବଲାଙ୍ଗିର ଛୁଇଁବନ୍ଧଠାରେ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ମନୋରଂଜନ ମିଶ୍ର ସମସ୍ତଙ୍କୁ ସ୍ୱାଗତ ପୂର୍ବକ ଗତ ସାଧାରଣ ସଭାର ବିବରଣୀ ପଠନ କରିଥିଲେ । ତତ୍‌ ସଙ୍ଗେ ସଭାରେ ଆଲୋଚିତ ହେବାକୁ ଥିବା ଏଜେଣ୍ଡା ଉପସ୍ଥାପିତ କରିଥିଲେ । ସଭାରେ ସମସ୍ତଙ୍କୁ ନିଜସ୍ୱ ମତାମତ ଉପସ୍ଥାପନ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ଅନେକ ଅନୁଭବୀ ସଦସ୍ୟମାନେ ବହୁ ମୂଲ୍ୟ ମତ ଉପସ୍ଥାପନ କରିଥିଲେ । ବିଭିନ୍ନ ମତାମତ ଦେଇଥିବା ସଭ୍ୟମାନେ ହେଲେ ଇଂ. ହରେକୃଷ୍ଣ ମେହେର, କୈଳାଶ ମହାପାତ୍ର, ମଲିଆ ଗଡୁଆ, ଧନଞ୍ଜୟ ମିଶ୍ର, କପିଳେଶ୍ୱର ଖମାରୀ, ଡ. ପ୍ରମୋଦ ମିଶ୍ର, ଶିବ ଶଙ୍କର ଖୁଆସ, ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଦର୍ଜୀ, ବାସୁଦେବ ମେହେର, ଅଶୋକ କୁମାର ମିଶ୍ର, ଉପସଭାପତି ବିରଂଚି ହୋତା ଓ ଗଙ୍ଗାବିଷ୍ଣୁ ପାଣିଗ୍ରାହୀ । ସଭାପତି ନିଜର ଅଭିଭାଷଣରେ ଗତ ଦିନରେ ଦୁର୍ଘଟଣାରେ ଓ ରୋଗରେ ପୀଡିତ ଥିବା ସଦସ୍ୟମାନଙ୍କ ଘରକୁ ଯାଇ ଭେଟି ଆରୋଗ୍ୟ କାମନା କରିଥିବା ବିଷୟରେ ଉପସ୍ଥାପନ କରିଥିଲେ ଓ ଏପରି ପୀଡିତ ଥିବା ସଭ୍ୟମାନଙ୍କ ବିଷୟରେ ସୂଚନା ଦେବା ପାଇଁ ଗୃପ ଅର୍ଗାନାଇଜେସନମାନଙ୍କୁ ଅନୁରୋଧ କରିଥିଲେ । ସଭା ଶେଷରେ ଅତିରିକ୍ତ ସାଧାରଣ ସମ୍ପାଦକ ସୁନିଲ ବିଶ୍ୱାଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ସଭାପତି ସଭା ସମାପ୍ତ ଘୋଷଣା କଲେ ।

jay balangir
Leave A Reply

Your email address will not be published.

eleven + 13 =

error: Content is protected !!