pakka

ପାଟଣାଗଡ଼ ପୋଲିସ ପଞ୍ଝାରେ ପାଞ୍ଚ ଜଣ ଚୋର

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ପାଞ୍ଚ ଜଣ ଯୁବକ ସୋଲାର୍‌ ପ୍ୟାନେଲ୍‌ ଚୋରି ଅଭିଯୋଗରେ ପାଟଣାଗଡ଼ ପୋଲିସ ଦ୍ୱାରା ଗିରଫ୍‌ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମରେ ରହିଥିବା ହିଲ୍‌ଡ଼୍‌ ଏନାର୍ଜି ନାମକ ଏକ ସୋଲାର୍‌ ପ୍ରାଇଭେଟ୍‌ କମ୍ପାନୀରେ ପାଟଣାଗଡ଼ ଓ ବେଲପଡା ଅଞ୍ଚଳର କିଛି ଯୁବକ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିଲେ । ଉକ୍ତ ସୋଲାର କମ୍ପାନୀରୁ ନିୟମିତ ଭାବେ ସୋଲାର ପ୍ୟାନେଲ୍‌ ଚୋରି ହେଉଥିବା କମ୍ପାନୀର ମେନେଜର ଜି. ମଧୁସୂଦନ ରାଓ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଜଣାପଡ଼ିଲା ଯେ, କମ୍ପାନୀରେ କାମ କରୁଥିବା ସିକ୍ୟୁରିଟି ଗାର୍ଡ ଗୋବିନ୍ଦ ଠାକୁର, ଟିକେଶ୍ୱର ପ୍ରଧାନ, ରଞ୍ଜିତ ଭୋଇ, ଲମ୍ବୋଦର ସିଂହ ମଝିରେ ମଝିରେ ସୋଲାର୍‌ ପ୍ୟାନେଲ୍‌ ଚୋରି କରି ଖୁଟୁନାପାଣି ଗାଁର ପଦ୍ମଲୋଚନ ପୁଟାଙ୍କୁ ବିକ୍ରି କରିଛନ୍ତି । ଏହାପରେ ଚୋରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜାଲ ବିଛା ଯାଇଥିଲା । ୨୮ ଗୋଟି ପ୍ୟାନେଲ୍‌ ଏକ ପିକ୍‌ଅପ୍‌ ଭ୍ୟାନରେ ଯାଉଥିବା ବେଳେ ଗାଡି ସହ ଚୋରା ସୋଲାର୍‌ ପ୍ୟାନେଲ୍‌ ପାଟଣାଗଡ଼ ପୋଲିସ ପକ୍ଷରୁ ଜବତ କରାଯିବା ସଂଗେ ସଂଗେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଜବତ କରାଯାଇଥିବା ପ୍ୟାନେଲ୍‌ ଗୁଡ଼ିକର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

fifteen − ten =

error: Content is protected !!