om academy

ଆକବର ଖାନଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଯୁବ ନେତା ତଥା ବ୍ୟବସାୟୀ ଆକବର ଖାନ୍‌ଙ୍କ ପିତୃ ବିୟୋଗ ଘଟିଛି । ପିତା ଅବ୍‌ଦୁଲ ଗଫାର ଖାନ୍‌ଙ୍କୁ ମୃତ୍ୟୁ ସମୟରେ ୭୬ ବର୍ଷ ହେଉଥିଲା । ବିଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ଗୁରୁବାର ସନ୍ଧ୍ୟା ସମୟରେ ହଠାତ୍‌ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ରାତି ପ୍ରାୟ ସାଢେ଼ ୮ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଶେଷ ସମୟରେ ତିନି ପୁଅ ଅଜିମ୍‌, ଅଜିଜ୍‌ ଓ ଆକବରଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ଆଜି ଦିନ ୧୨ଟାରେ ତାଙ୍କର ଅନ୍ତେଷ୍ଟିକ୍ରିୟା କରାଯିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.

five × two =