om academy

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

jsm

ଭୁବନେଶ୍ୱର : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି । ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ ତା.୦୧.୦୯.୨୦୨୦ ରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ ନଭେମ୍ବର ପହିଲା କଳାହାଣ୍ଡି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରବା ପାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.