oom

ହଳଦୀ ଗ୍ରାମରୁ ଜଣେ ବିବାହିତା ମହିଳା ଓ ଦୁଇ ସନ୍ତାନର ଜନନୀ ୩ ଦିନ ହେବ ୧ଭରି ସୁନା ଧରି ଘରୁ ଫେରାର

jsmm
  • ଥାନାରେ ନିଖୋଜ ମାମଲା ରୁଜୁ, ପ୍ରେମ ସମ୍ପର୍କ ଚର୍ଚ୍ଚା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ହଳଦୀ ଗ୍ରାମର ଜଣେ ବିବାହିତା ମହିଳା ତଥା ୨ ସନ୍ତାନର ଜନନୀ ଗତ ୩ ଦିନ ହେବ ଘରୁ ସୁନା ୧ ଭରି ଧରି ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ଵାମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିବାହିତାଙ୍କ ସ୍ଵାମୀଙ୍କ ଏତଲା ମୁତାବକ ତାଙ୍କ ସ୍ତ୍ରୀ ଗତ ୩୦ ତାରିଖ ରାତି ୧୨ ଘଣ୍ଟା ସମୟରୁ କେଉଁଆଡେ ଚାଲି ଯାଇଥିବା ଜାଣିପାରି ନିଜ ସହ ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ମହିଳାଙ୍କ କୌଣସି ସନ୍ଧାନ ନ ପାଇବାରୁ ତାଙ୍କ ସ୍ଵାମୀ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ବିବାହିତା ଜଣଙ୍କ ଘରୁ ଗଲା ବେଳେ ଘରେ ଥିବା ୧ ଭରି ଓଜନର ସୁନା ନେଇ ଚାଲି ଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ଚର୍ଚ୍ଚାର ବିଷୟ ଏହିକି ସେହିଁଦିନଠାରୁ ଗ୍ରାମର ଅନ୍ୟ ଏକ ଜାତିର ଜଣେ ଅବିବାହିତ ଯୁବକ ମଧ୍ୟ ଗାଁରୁ ନିଖୋଜ ଥିବାରୁ ପୂର୍ବ ପ୍ରେମ ସମ୍ପର୍କରୁ ସେହି ଯୁବକ ହିଁ ନିଖୋଜ ମହିଳାଙ୍କୁ ଧରି ଗାଁରୁ ଫେରାର ହୋଇଯାଇଥିବା ନେଇ ମହିଳାଙ୍କ ସ୍ଵାମୀ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜ୍ଜୁ କରାଯାଇ ବିବାହିତାଜଣଙ୍କ ଫେରାର, ନିଖୋଜ ନା ତାଙ୍କୁ ସଂପୃକ୍ତ ଯୁବକ ଅପହରଣ କରି ନେଇଛି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.