pakka

୪୭ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ତହସିଲଦାରଙ୍କ ଦ୍ୱାରା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଏଚ୍‌.ବୁରୁଡ଼ି ଗ୍ରାମରେ ରାଜସ୍ୱ ରଥ ମାଧ୍ୟମରେ ୪୭ ଜଣ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ତହସିଲଦାର ଅରୁଣ କୁମାର ନାୟକଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ତହସିଲ ଅଧୀନରେ ରହିଥିବା ଗ୍ରାମବାସୀଙ୍କୁ ସେମାନଙ୍କ ଜମି ଓ ଘରର ପଟ୍ଟା ପ୍ରଦାନ କରାଯାଉଥିବାରୁ ବିଭିନ୍ନ ମହଲରେ ତହସିଲ ପ୍ରଶାସନକୁ ପ୍ରଶଂସା କରାଯାଉଛି । ଆଡିସନାଲ ତହସିଲଦାର ଶୁଭେନ୍ଦୁ ଜେନା, ରେଭିନ୍ୟୁ ସୁପରଭାଇଜର ଟି.ରାମାରାଓ, ବୁରୁଡ଼ି ଆର୍‌ ଆଇ ସୀତାରାମ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ପଟ୍ଟା ପଦାନ କରିଥିଲେ ।

Leave A Reply

Your email address will not be published.

nine − 6 =