pakka

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ

ଖୋର୍ଦ୍ଧା : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ଥାନା ଏଏସ୍‌ଆଇ ଭଗବାନ ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ ବୋଲାଗଡ଼ ଅଞ୍ଚଳର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ନାମରେ ଏକ ମାମଲା ରହିଥିଲା । ମାମଲାରେ ଦଫା କୋହଳ ସହ ଗିରଫଦାରୀଙ୍କୁ ଏଡାଇବାକୁ ଭଗବାନ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସୁକାନ୍ତି ଭିଜିଲାନ୍ସରେ ଜଣାଇଥିଲେ । ଶୁକ୍ରବାର ସୁକାନ୍ତିଙ୍କ ଠାରୁ ୬ ହଜାର ଟଙ୍କା ଭଗବାନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ । ଭଗବାନଙ୍କୁ ଖୋର୍ଦ୍ଧା ଭିଜିଲ୍ଲାନ୍ସ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.

three × 5 =