pakka

ପାଟଣାଗଡ଼ ବନବିଭାଗ ଦ୍ୱାରା କେନ୍ଦୁଗଣ୍ଡି ଭର୍ତ୍ତି ଥିବା ଏକ ୪୦୭ ମିନି ଟ୍ରକ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଦ୍ୱାରା ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଦେଇଥିବା ସୂଚନା ମୁତାବକ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଟଣାଗଡ଼ ଜଙ୍ଗଲ ବିଭାଗର ଲରମ୍ଭାର ସେକ୍‌ସନ୍‌ର ମିଳିତ ଚଢ଼ଉରେ ବେଆଇନ ଭାବେ ଚାଲାଣ ହେଉଥିବା କେନ୍ଦୁଗଣ୍ଡି ପଣ୍ଡରିପାଣିରୁ ଗଭରା ଛକ ନିକଟରେ ରାତି ୧୨.୩୦ ଟା ସମୟରେ କେନ୍ଦୁଗଣ୍ଡି ବୋଝେଇ ୪୦୭ ଟ୍ରକ ଗାଡ଼ି ନଂ ସିଡି ୦୪ ଜି ୦୮୮୩ କୁ ଅଟକାଇ ଜବତ କରାଯାଇଥିବା ବେଳେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର୍‌ ହୋଇଥିବା ରେଞ୍ଜର ଶ୍ରୀ ଭୋଇ କହିଛନ୍ତି ।

ଜବତ ହୋଇଥିବା ଟ୍ରକକୁ ପାଟଣାଗଡ଼ ରେଞ୍ଜ ଅଫିସକୁ ଅଣାଯାଇଥିବା ବେଳେ ଜବତ ହୋଇଥିବା ୬୫ ଖଣ୍ଡ କେନ୍ଦୁଗଣ୍ଡି କାଠର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ଭୋଇ ସୂଚନା ଦେଇଛନ୍ତି ।

ଚଢ଼ଉ ସମୟରେ ଲରମ୍ଭା ଫରେଷ୍ଟର ଭାଗବତ ଦାସ, ଅରବିନ୍ଦ ଧରୁଆ, ପାଟଣାଗଡ଼ ଫରେଷ୍ଟର ଶ୍ୟାମସୁନ୍ଦର ସାହୁ, ଫରେଷ୍ଟ ଗାର୍ଡ ଗୋବିନ୍ଦ ପାତ୍ର, ରାଜେନ୍ଦ୍ର ଧରୁଆ, ସୁନ୍ଦର ସାଏ, ଗୋପାଳ ଗଡତ୍ୟା, ବାବୁଲା ସିଂ, ଉତ୍ତମ ସିଂ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

sixteen + 14 =