csstore

ନୂଆଁଖାଇ ଉପଲକ୍ଷେ ଭଏସ୍‌ ଅଫ୍‌ ଆଲୋକ ପକ୍ଷରୁ ରାମଲୀଳା ଆସର

ତମିଆଁ, (ରାଜେଶ ଦଣ୍ଡସେନା) : କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ଫେସ୍‌ବୁକ୍‌ ପେଜ୍‌ ଭଏସ୍‌ ଅଫ୍‌ ଆଲୋକ ପକ୍ଷରୁ ଆଜି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଅନ୍‌ଲାଇନ୍‌ ରାମଲୀଳା ଆସରର ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ରାମଲୀଳା କଳାକାର ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଲାଇକ୍‌, କମେଣ୍ଟକୁ ଭିତ୍ତି କରି ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଆଗାମୀ ଦିନ ମାନଙ୍କରେ ଆଞ୍ଚଳିକ କଳାର ଉନ୍ନତି ନିମନ୍ତେ କାର୍ଯ୍ୟ କରାଯିବ ବୋଲି ସଭାପତି ତ୍ରିଲୋଚନ ସାହୁ, ସମ୍ପାଦକ ଆଲୋକ ପଣ୍ଡା, ସହ ସଂପାଦକ ଚନ୍ଦନ ମିଶ୍ର, କୋଷାଧ୍ୟକ୍ଷ ଭାଗ୍ୟବନ୍ତ ମହାଲିଙ୍ଗ, ମଡେରେଟାର ଅର୍ପିତା ରାଣୀ ମେହେର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.