csstore

ଉପରଝର ପାଟଖଣ୍ଡା ଯାତ୍ରା ସମ୍ପର୍ଣ୍ଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରରେ ପାଟଖଣ୍ଡା ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ମୁଖ୍ୟ ଦେହୁରୀଙ୍କ ମଧ୍ୟରେ ମା’ ପାଟଖଣ୍ଡା ଆବିର୍ଭାବ ହେବା ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରିଥିଲେ । ଏହି ଅବସରରେ ଉପସ୍ଥିତ ମାନସିକଧାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ମୁଖ୍ୟ ଦେହୁରୀ ବନବାସ ସେଠ୍, ପୂଜକ ଆନନ୍ଦ ସେଠ୍ ମସଲୀୟା କପିଲେଶ୍ୱର୍ ସାହୁ ପ୍ରମୁଖଙ୍କ ସହ ମା’ ପାଟଖଣ୍ଡା ପୂଜା ପରିଚାଳନା କମିଟି ସଭାପତି ଯୁବରାଜ ମାଝୀ ସମ୍ପାଦକ ଅନ୍ତର୍ଯ୍ୟାମୀ ପଧାନ, ବିଜୟ ପଧାନ, ଧନମାଲି ଭୋଏ, ବସନ୍ତ ସେଠ୍, ଜୟଦେବ ବାରିକ୍, ଦେବାଶିଷ ପଧାନ, ରାଜୀବ ବିଶ୍ଵାଳ ସହ ପାଟଖଣ୍ଡା ପୂଜା କମିଟିର ସମସ୍ତ ସଭ୍ୟବୃନ୍ଦ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.