ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ସାମୂହିକ ଦୀପ ପ୍ରଜ୍ୱଳନ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇ, ତାଙ୍କ ଦୀର୍ଘାୟୁ କାମନା କରି ଛତ୍ରପୁର ସ୍ଥ ଗୌରୀଶଙ୍କର ମନ୍ଦିରରେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡିର ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗଙ୍କ ସମେତ ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ରବେହେରା, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୂରୀ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗଦେଇ ବିଜେଡି ପରିବାରର ପିତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ସୁଖ, ସମୃଦ୍ଧି, ଯଶସ୍ୱୀର ଜୟ ହେବା କାମନା କରିଛନ୍ତି । ପରେ ଛତ୍ରପୁର ଲୱେର ବସଷ୍ଟାଣ୍ଡଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜେଡି ଦଳର ଶୁଭକାମନା କରି ଦଳର ଜୟଗାନ କରିଥିଲେ । ଶେଷରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଦଳ ତରଫରୁ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

two × two =

error: Content is protected !!