csstore

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତ୍ରିରଙ୍ଗା ପତାକା ଉଡାଇ ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ଅପରେସନ ସିନ୍ଦୂର” ଭାରତୀୟ ସେନାର ଶୌର୍ଯ୍ୟ ଏବଂ ବୀରତାର ସମ୍ମାନ ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ “ପରାକ୍ରମ ଶୋଭାଯାତ୍ରା” ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ନଗରପାଳ ପ୍ରଫୁଲ୍ଲ ପଣ୍ଡା, ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ତଥା ୧୦ ନମ୍ବର ୱାର୍ଡ କାଉନସିଲର ଦୀପକ ମିଶ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗପହଣ୍ଡି, ତହସିଲଦାର ଦିଗପହଣ୍ଡି, ଦିଗପହଣ୍ଡି ଥାନା ନିର୍ବାହୀ ଅଧିକାରୀଙ୍କ ସମେତ ବହୁ ପୋଲିସ, ସମସ୍ତ ଜନପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ବିପୁଳ ସମାଗମ ପ୍ରତିଟି ଭାରତୀୟଙ୍କ ଅଗାଢ଼ ଦେଶପ୍ରେମ ଏବଂ ସେନା ପ୍ରତି ଥିବା ସମ୍ମାନକୁ ଦର୍ଶାଉଛି ।

jayashree
Leave A Reply

Your email address will not be published.