om academy

ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ପଦ୍ମପୁର ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ଆନୁକୂଲ୍ୟରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ, ସମସ୍ତ କୋଭିଡ କଟକଣା ପାଳନ ପୂର୍ବକ ନିଷ୍ଠାର ସହ ପାଳିତ ହୋଇଯାଇଛି ।
ପୂଜନ ପରେ ସମସ୍ତ ସମାଜର ମଙ୍ଗଳ ଓ ବିଶ୍ୱକୁ କୋରନା ବ୍ୟାଧିରୁ ମୁକ୍ତି କାମନା କରି ଶାନ୍ତି ହୋମ ଅନୁଷିତ ହୋଇଥିଲା ।
ଏଥିରେ ଶ୍ରୀ ଅତ୍ରାହି ପାଣିଗ୍ରାହୀ ପୂଜକ ଓ ଶ୍ରୀ ଗୋବିନ୍ଦ ଦାଶ ଏବଂ ତାଙ୍କର ଧର୍ମପତ୍ନୀ କର୍ତ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଶ୍ରୀ ଜୟ ନାରାୟଣ ତ୍ରିପାଠୀ,ତୀର୍ଥବାସୀ ପଣ୍ଡା,ଶାନ୍ତନୁ ପାଣିଗ୍ରାହୀ, ଭାସ୍କର ଦାଶ, ଅନନ୍ତ ଦାଶ ଓ ସୁବ୍ରତ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.