jsm

ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇଲା ମାହେଶ୍ୱରୀ ସଂଗଠନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପର, କରୋନା ମହାମାରୀ ସମୟରେ ଯେତେବେଳେ ସାଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି । ଏହିପରି ସମୟରେ ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ବଲାଙ୍ଗିର ସହର ନିକଟସ୍ଥ ମଲମୁଣ୍ଡା ଗ୍ରାମର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ହଠାତ୍‌ ଅମ୍ଲଜାନ ସ୍ତର ଅତ୍ୟନ୍ତ ତଳକୁ ଖସି ମୁର୍ମୁଶଃ ଅବସ୍ଥାରେ ଥିବା ଜାଣି ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭାନ କୁମାର ଅଗ୍ରୱାଲ, ସଂଯୋଜକ ପ୍ରିତିଶ କୁମାର ସାହୁ, ସାହିଲ ସିଂହ ଗଡତ୍ୟା ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇ ତାଙ୍କ ଅମ୍ଲଜାନ ସ୍ତରକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାରେ ପ୍ରଚେଷ୍ଟା କରିଥିଲେ । ଯେଉଁଥିରେ ବ୍ୟକ୍ତି ଜଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ଜନିତ କଷ୍ଟରୁ ମୁକ୍ତି ମିଳିଛି । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.