ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଦିନ ୧୧ ଟାରେ ରେଜଲ୍ଟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଛାତ୍ରଛାତ୍ରୀ ୱେବସାଇଟରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି ।

ପରୀକ୍ଷା ଫଳ ଦେଖିବା ପାଇଁ ଛାତ୍ରଛାତ୍ରୀ www.chseodisha.nic.in ଏବଂ www.odisharesults.nic.inରେ ଲଗ୍ ଇନ୍ କରିପାରିବେ । SAMS ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ ପରୀକ୍ଷା ଫଳ । ବିଭାଗୀୟ ମନ୍ତ୍ରୀ, ସିଏଚଏସଇ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ତାଙ୍କ ମାର୍କସିଟ୍ ଓେବସାଇଟରୁ ଡାଉନଲୋଡ୍ କରିପାରିବେ ।

Leave A Reply

Your email address will not be published.

2 × 3 =