ଲୋପ ପାଇବାକୁ ଯାଉଛି ରାମିୟା ପୋଖରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡରେ ରହିଥିବା ରମିୟା ପୋଖରୀ ବା ଡାକ୍ତରବନ୍ଧ ଏବେ ଲୋପ ପାଇବାକୁ ବସିଛି । ଜନସାଧାରଣଙ୍କ ମତରେ ରାମିୟା ପୋଖରୀରେ ସ୍ନାନ କଲେ ରୋଗ ଭଲ ହୋଇଯାଏ ସେଥିପାଇଁ ଉକ୍ତ ପୋଖରୀକୁ ଡାକ୍ତରବନ୍ଧ ବୋଲି କହନ୍ତି । ଶହ ଶହ ଲୋକେ ଏବେ ବି ପୋଖରୀ ଉପରେ ନିର୍ଭର କରିଥାନ୍ତି । ୨୦ ବର୍ଷରୁ ଅଧିକ ହେବ ପୋଖରୀରୁ ପଙ୍କ ଉଦ୍ଧାର ହୋଇ ନଥିବାରୁ ପେଖରୀ ମଧ୍ୟରେ ବେରୁଅଁ ଗଛ ଉଠି ଗଲାଣି ଏବଂ ଆସ୍ତେ ଆସ୍ତେ ଏହା ଲୋପ ହେବାକୁ ଲାଗିଛି । ଗଞ୍ଜାମ ଏନ୍‌ଏସି କାର୍ଯ୍ୟନର୍ବାହୀ ଅଧିକାରୀ ଓ ଗଞ୍ଜାମ ତହସିଲଦାର ଏଥିପ୍ରତି ଦୃଷ୍ଟି ଦେଲେ ଲୋପ ପାଇବାକୁ ଯାଉଥିବା ପୋଖରୀ ପୁନଃ ଉଦ୍ଧାର ହୋଇପାରିଥାନ୍ତା ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × four =