csstore

ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ମହାଆଡମ୍ବରରେ ଏକ ଶୁଭ କାର୍ଯ୍ୟ ସମ୍ପାଦନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଗୋଟିଏ ଦିନର ଶ୍ରମଦାନ କରି ଭିତ୍ତିପ୍ରସ୍ତର କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ପ୍ରକାଶ ଥାଉକି, ଗୋହିରାପଦରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ମନରେ ବହୁଦିନରୁ ଇଚ୍ଛା ଥିଲା । ଉକ୍ତ ଇଚ୍ଛା ଆଜି ପୂରଣ ହୋଇଛି ବୋଲି ମତ ପ୍ରକାଶ ପାଇଛି । ଆଜି ଗର୍ଭଗୃହର ଶୁଭାରମ୍ଭ କାର୍ଯ୍ୟରେ ତପନ କୁମାର ମେହେର ଓ ତାଙ୍କ ସହଧର୍ମିଣୀ ଯମୁନା ମେହେର ପୂଜା କାର୍ଯ୍ୟ ତୁଲାଇଥିଲେ । ଗ୍ରାମର ଭଦ୍ରବ୍ୟକ୍ତି ପ୍ରହଲ୍ଲାଦ ମେହେର, ହରିରାମ ମେହେର, ଯଯାତି ମେହେର, ଶଙ୍କର ମେହେର, ପିତାମ୍ବର ମେହେର, ବାସୁଦେବ ମେହେର, ହୃଷିକେଶ ମେହେର, ନିମାଇଁ ମେହେର, ଲଲିତ ମେହେର, ଦେବରାଜ ମେହେର, ନରେନ୍ଦ୍ର ମେହେର, ସୁଧିର ମେହେର, ଦିବାକର ମେହେର, ଜତିଶ ମେହେର, ଦିନବନ୍ଧୁ ମେହେର, ପଙ୍କଜ ମେହେର, ଗଣା ମେହେର, ବେଦବର ମେହେର, ଧବଲେଶ୍ୱର ମେହେର, ନିଲାମ୍ବର ମେହେର ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଏଥିରେ ମହିଳା ସତସଙ୍ଗ୍‌ ଗୃପ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.