ବୁଧବାରଠାରୁ ଆରମ୍ଭ ହେବ ଦଶମ ସମେଟିଭ୍‌-୧ ପରୀକ୍ଷା

କଟକ : ଦଶମ ସମେଟିଭ୍‌-୧ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମେଟିଭ୍‌ ୧ ଓ ସମେଟିଭ ୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ୍‌ ବାରଣ କରାଯାଇଛି । ଅନ୍ୟପଟେ, ସମସ୍ତ ନୋଡାଲ ସେଣ୍ଟରମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ମଧ୍ୟ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

thirteen − 6 =