ଡିସେମ୍ବର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏକାସାଙ୍ଗରେ ବିଚ୍ ଫେଷ୍ଟ ସହ ଓରମାସ୍ ଦ୍ଵାରା ପଲ୍ଲିଶ୍ରୀ ମେଳା ହେବ । ବିଭିନ୍ନ ବେସରକାରୀ ସଂସ୍ଥା ମଧ୍ୟ ଷ୍ଟଲ୍ ବୁକ୍ କରି ସେମାନଙ୍କ ବ୍ୟବସାୟ କରିପାରିବେ । ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସଭାପତିତ୍ୱରେ ଗୋପାଳପୁର ସ୍ୱତନ୍ତ୍ର ସର୍କିଟ ହାଉସ୍ ଠାରେ ଏ ନେଇ ଏକ ବୈଠକ ହୋଇଥିଲା ।

ମହିଳା ଏସ୍ଏଚ୍‌ଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ସାଙ୍ଗକୁ ପ୍ରତ୍ୟହ ସନ୍ଧ୍ୟାରେ ଜିଲ୍ଲା ତଥା ରାଜ୍ୟର ଲୋକକଳା ଏବଂ ନାମୀଦାମୀ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ସଚେତନତାମୂଳକ ସୂଚନା ପ୍ରଦର୍ଶିତ ହେବ । ସମସ୍ତ ବିଭାଗକୁ ଏ ନେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ପ୍ରସ୍ତୁତି ବୈଠକରେ ଷ୍ଟଲ୍‌ ନିର୍ମାଣ, ପରିମଳ, ଆଇନଶୃଙ୍ଖଳା, ରାସ୍ତା ମରାମତି, କଳାକାର ଚୟନ, ବ୍ୟବସାୟୀ ଓ କଳାକାରଙ୍କ ସକାଶେ ବ୍ୟବସ୍ଥା, ଯାତାୟତ, ବିଦ୍ୟୁତ୍, ଟ୍ରାଫିକ୍ ନିୟନ୍ତ୍ରଣ, ଅଗ୍ନିଶମ, ସ୍ବାସ୍ଥ୍ୟ, ଖାଦ୍ୟ ମାନ ଯାଞ୍ଚ ବାବଦରେ ଆଲୋଚନା ହୋଇଥିଲା । ସ୍ମରଣିକା ମଧ୍ୟ ପ୍ରକାଶ କରିବ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.

eleven − two =