ଜିଲ୍ଲା କ୍ରୀଡା ସଂସଦର ଷ୍ଟେଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ

  • ବାର୍ଷିକ କ୍ରୀଡା ଡିସେମ୍ବର ୨୦ ଓ ୨୧
  • ଭିଜନ ୨୦୨୪ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ଡିସେମ୍ବର ୯ରେ

ବଲାଙ୍ଗିର, (ଦେବାଶିଷ ମଶ୍ର) : ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ସଂସଦର ଭିନ୍ନ ଭିନ୍‌ ଷ୍ଟାଣ୍ଡିଂ କମିଟି ବୈଠକ ଆୟୋଜିତ ହୋଇ କାର୍ଯ୍ୟକ୍ରମ ପରିଚାଳନା ସଂକ୍ରାନ୍ତୀୟ ବିଚାର ବିମର୍ଷ ପରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ତଥା କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଅଭିଭାଷଣ ପରେ ସଂପାଦକ ଶ୍ରୀ ପୂଜାରୀ ଆୟୋଜନ ଗୁଡିକର ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପରେ ପରେ କ୍ରମାନୁଯାୟୀ ଷ୍ଟେଣ୍ଡିଂ କମିଟି ଗୁଡିକ ନିଜ ନିଜ ଅଧ୍ୟକ୍ଷମାନଙ୍କ ସହ ସେମାନଙ୍କ କ୍ରୀଡା ଗୁଡିକୁ କିପରି ଶୃଙ୍ଖଳିତ ଭାବରେ ପରିଚାଳନା କରିବେ ଆଲୋଚନା ହୋଇଥିଲା । ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୨୦ ଓ ୨୧ରେ ଆୟୋଜିତ ହେବ ଓ ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଡିସେମ୍ବର ୫ ସୁଦ୍ଧା ଗାନ୍ଧୀ ଷ୍ଟଡିୟମ କାର୍ଯ୍ୟାଳୟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିବା ସଂସଦ ସୁତ୍ରରୁ ପ୍ରକାଶ । ସବିଶେଷ ଜାଣିବାକୁ ପ୍ରତିଯୋଗୀମାନେ କ୍ରୀଡା ସଂପାଦକ ବିଭୁତି ପଣ୍ଡା କିମ୍ବା ସଂପାଦକ ପୂଜାରୀଙ୍କୁ ଯୋଗାଯୋଗ କରିପାରିବେ ବୋଲି ଜଣାଇ ଦିଆଯାଇଛି । ଚଳିତ ବର୍ଷର ବାର୍ଷିକ କ୍ରୀଡୋତ୍ସବକୁ ଖୁବ୍‌ ନିଆରା ଢଙ୍ଗରେ ଆୟୋଜନ କରାଯିବ ବୋଲି ସଂପାଦକ ନିଜସ୍ୱ ବିଚାର ଉପସ୍ଥାପନ କରିଥିଲେ । ଏଥର ୯ ଡିସେମ୍ବରରୁ ଭିଜନ-୨୦୨୪ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ୧୬ ଓ ୧୯ ବର୍ଷ ବର୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୯ ବର୍ଷ ବର୍ଗରୁ ୧୦ ଜଣ ଖେଳାଳି ଓ ୧୬ ବର୍ଷ ବର୍ଗରୁ ୫ ଜଣ ଖେଳାଳିଙ୍କୁ ନେଇ ୧୫ ଜଣିଆ ଦଳ ଗଠନ କରାଯିବ । ଏଥିପାଇଁ ଡିସେମ୍ବର ୨୫, ୨୬ ଓ ୨୭ରେ ଦଳର ନାମ ପଞ୍ଜିକରଣ କରିବେ ଏବଂ ଏଥିପାଇଁ ୧୯ ବର୍ଷ ବର୍ଗ ସକାଶେ ଖେଳାଳିଙ୍କ ଜନ୍ମ ଶେଷ ତାରିଖ ୩୦/୦୮/୨୦୦୯ ଏବଂ ୧୬ ବର୍ଷ ବର୍ଗଙ୍କ ପାଇଁ ଜନ୍ମ ଶେଷ ତାରିଖ ୦୧/୦୯/୨୦୦୭ ହେବା ଆବଶ୍ୟକ । ପଞ୍ଜିକରଣ ଦିନ ସେମାନେ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଏବଂ ତା ସହିତ ମେଟ୍ରିକ ବୋର୍ଡ ସାର୍ଟିଫିକେଟ କିମ୍ବା ପାଠ ପଢାର ଶେଷ ତିନି ବର୍ଷର ମାର୍କଲିଷ୍ଟ ସାଙ୍ଗରେ ନେଇ ଆସିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ବୈଠକରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ଜିଲ୍ଲା କ୍ରିଡା ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ସଂପାଦକ ଗ୍ରାମ୍ୟ କ୍ରୀଡା ଓ ମହିଳା ଫେଷ୍ଟିଭାଲ ସଂଗ୍ରାମ ବହିଦାର, କାଉନସିଲ ସଭ୍ୟ ରାଜେନ୍ଦ୍ର ପୁରୋହିତ, ଶିଶିର ବହିଦାର, ଜୟରାମ ମିଶ୍ର, ବିଜୟ ବଂସଲ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ବିକ୍ରମାନନ୍ଦ ବହିଦାର, ରମେଶ ଚନ୍ଦ୍ର ପୁରୋହିତ, ପ୍ରଫୁଲ୍ଲ ବେହେରା, ସୁଶ୍ରୀ ଆନନ୍ଦିନୀ ଦର୍ଜୀ, ସୁବୋଧ କୁମାର ମିଶ୍ର, ଭାବଗ୍ରାହୀ ରଥ, ଶୁଭ୍ରାଂଶୁ ଅମାତ, ଅନୁପ କୁମାର ସାହୁ, ସୁନିଲ ବିଶ୍ୱାଲ, ହେମନ୍ତ ବହିଦାର, ମାଧୁରି ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

two × three =