୮୦ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାର୍‌କୁ ମଙ୍ଗଳବାର ଅବକାରୀ ପୋଲିସ ଜବତ କରିଥିବା ଜରାପଡିଛି । କାର୍‌ ଭିତରୁ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣକାରୀ ସମେତ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଅବକାରୀ ପୋଲିସ ଗିରଫ କରିଛି । ତେବେ ଗଞ୍ଜେଇ ଚାଲାଣକାରୀ ଉତ୍ତରପ୍ରଦେଶର ମହମ୍ମଦ ଅକିଲ(୩୦) ଉକ୍ତ କାର୍‌ର ମାଲିକ ବୋଲି ଜଣାପଡିଛି । ସେ ଉକ୍ତ ଗଞ୍ଜେଇ ବେଆଇନ ଭାବେ ଗଜପତି ଜିଲ୍ଲା ମୋହନାରୁ ଆଣି ବ୍ରହ୍ମପୁର ଦେଇ ବନାରସ ଚାଲାଣ କରିଥାନ୍ତେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି । ଅକିଲଙ୍କୁ ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ସହଯୋଗ କରୁଥିବା ତାଙ୍କର ସହଯୋଗୀ ଚାନ୍ଦ ମହମ୍ମଦ(୨୦)ଙ୍କୁ ମଧ୍ୟ ଅବକାରୀ ପୋଲିସ ଗିରଫ କରିଛି । ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି । ଜବତ କାର୍‌ ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି । ଏହି ଚଢାଉରେ ଅବକାରୀ ଗୁଇନ୍ଦା ଡେପୁଟି ସୁପରିଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସିପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଗୀତାଞ୍ଜଳି ଦାସ, ଏସ୍‌ଆଇ ସୁଦର୍ଶନ ବିଷୋୟୀ, ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

16 − one =